STORYMIRROR

Binodini Dash

Inspirational

4  

Binodini Dash

Inspirational

ଜୀବନର କିଛି ମୂଲ୍ୟ ନାହିଁ

ଜୀବନର କିଛି ମୂଲ୍ୟ ନାହିଁ

2 mins
37


ଜୀବନଟା ପରା ପାଣିର ଫୋଟକା

ଏଇଲେ ଅଛି ଏଇଲେ ନାହିଁ

କ୍ଷୀଣ ସମୟର ଅବଧିରେ କିଆଁ

ଗରବ ଦମ୍ଭରେ ଥିବା ଜୀଇଁ ?


ଜଳିବାନି କିଆଁ ଦୀପଟିଏ ହୋଇ

ଆନର ମୁଖକୁ ଦେଖିବାକୁ

ଅନ୍ଧାର ଭିତରେ ରହୁଥିଲେ ମଧ୍ୟ

ମଣିବା ଭାଗ୍ୟବାନ ନିଜକୁ ।


ଆପଣାପଣରେ ମୋହି ଚଉପାଶ

ସକଳ ହୃଦୟେ ଘର ତୋଳି

ରହିବାକୁ କିଆଁ ହେବାରେ ଛାନିଆ

ସେ ଭାଇ ବନ୍ଧୁ କୁଟୁମ୍ବ ଭଳି ।


ଅପରକୁ ଖୁସି ବାଣ୍ଟୁଥିଲେ ପରା

ଅପାର ଆନନ୍ଦ ମିଳୁଥିବ

ଅଳପ ହେଲେ ବି ଜୀଇଁବାର ବେଳ

ଖାଲି ମହମହ ବାସୁଥିବ ।


ପଞ୍ଚଭୂତ ଦେହ ତହିଁରେ ବିଲୀନ

ଡେଣା ମେଲି ଆତ୍ମା ଉଡ଼ି ଯିବ

ମିଛ ଅହମିକା ଜଳିବ ଜୁଇରେ

କେବଳ ସୁକର୍ମ ରହିଥିବ ।


ମୁଁ ମୋର ଭାବ ଧରିଲେ ଜାବୋଡି

ନିମ୍ନଗାମୀ ହେବ ଆତ୍ମା ପଥ

ପାଖରେ ଥାଇ ବି ରହିବେ ଦୂରରେ

ତ୍ରାଣକର୍ତ୍ତା ପ୍ରଭୁ ଜଗନ୍ନାଥ ।


ବିଭୁ ଚେତନାରେ ରହି ଉଦ୍ବୁଦ୍ଧ

ରେ ବାଇଆ ମନ ଲାଗ କର୍ମେ

ଦେଖିବ ଜୀବନ ଉଠିବ ଉଜ୍ଜ୍ବଳି

ସାଧନାରେ ସିଦ୍ଧି ପ୍ରାପ୍ତ ଧର୍ମେ ।


ବିଶ୍ବାସ ଭରସା ସାଥେ ଆତ୍ମବଳ

ଦରକାର ପରା ଏଥିପାଇଁ

ତାକୁ ନହରାଇ ଉଜ୍ଜୀବିତ କରି

ଆଗକୁ ବଢ଼ ପାଦ ପକାଇ ।


ସରଳ ସୁଗମ ଲାଗିବ ଜୀବନ

ଅପସରି ଯିବେ ଷଡ଼ରିପୁ

ସ୍ବଚ୍ଛ ପାବନ ଚିତ୍ତଟିକୁ ଧରି

ଉଜ୍ଜ୍ବଳ ଦିଶିବ ତୁମ ବପୁ ।


କର୍ମ ହିଁ ଜୀବନ କର୍ମ ଭଗବାନ

ଗୀତା ଜ୍ଞାନ ଦିଅଇ ଚେତାଇ 

ଭଗବାନ କୃଷ୍ଣ ଶ୍ରୀମୁଖ ନିଃସୃତ 

ଅମୂଲ୍ୟ ବାଣୀ ଏ ଆମ ପାଇଁ ।


ଜୀବନର କିଛି ମୂଲ୍ୟ ନାହିଁ ବନ୍ଧୁ

ମିଛ ମରୀଚିକା ପଛେ ଧାଇଁ

କେଉଁ ପଥେ ଯିବ କଅଣ କରିବ

ଚେତନା ଜଗାଅ ସେଥିପାଇଁ ।














Rate this content
Log in

Similar oriya poem from Inspirational