STORYMIRROR

baishnaba meher

Inspirational

3  

baishnaba meher

Inspirational

ନୀରବ

ନୀରବ

1 min
193


ନାହିଁ ସାମର୍ଥ୍ୟ ମୋ ପାଖେ

ସେଦିନ ବି ନୀରବ ଥିଲି,

ଆଜି ବି ନୀରବ ଅଛି !!

ମୋ ଆଖି ଆଗେ

ନିରୀହର ଜୁଈ ଜଳୁଛି,

ପୁଣି

ହୁଏ ପରକାନ୍ତା ହରଣ,

ନାବାଳିକାର ଗଣ ଧର୍ଷଣ। 


ପ୍ରଶାସନ ନୀରବ

ନେତା ବି ନୀରବ

ତୁମେ ବି ନୀରବ

ତେଣୁ

ମୁଁ ବି ନୀରବ । 


ମୁଁ ଦେଖେ ପଡିଶା ଘର

ବିଦ୍ୟୁତ୍ ନାହିଁ ତ ଚିନ୍ତା ନାହିଁ

ଯେବେ ଆଳୁଅ ଆସିବ,

ମୋର ବି ଆସିଯିବ,

ଆଉ !

ସେଦିନ ନୀରବ ଥିଲି,

ଆଜି ବି ନୀରବ ଅଛି !! 


ନେଇଯାଅ ଜୀବନର ଜମା ପୁଞ୍ଜି,

ମୋ ପରିବାରକୁ ଦିଅ ନିର୍ଯାତନା,

ମୁଁ ଅସନ୍ତୋଷ ହେବିନି,

ଆଜି ବି ନୀରବ ରହିବି,

କାହିଁକି?

ସେଦିନ ବି ନୀରବ ଥିଲି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational