STORYMIRROR

JITENDRA CHANDRA SAHOO

Inspirational

3  

JITENDRA CHANDRA SAHOO

Inspirational

ସୀମା ରେଖା

ସୀମା ରେଖା

1 min
203

ନୀଳ ଆକାଶର ବିହଙ୍ଗ ବୁଝେନା

କେଉଁଟି ତା ସୀମା ରେଖା

ସ୍ୱଚ୍ଛନ୍ଦରେ ଉଡ଼େ ଦେଶରୁ ଦେଶକୁ

ଜାଣି ଆମେ ଅଣ ଦେଖା ।


ପବନ ବୁଝେନା ଜାତି, ଧର୍ମ, ବର୍ଣ୍ଣ

ଜାଣେନା ଗରିବ ଧନୀ

ମାନ ଅଭିମାନ ଛନ୍ଦକୁ ଲଗେଇ

ହେଉ ଆମେ ଛନ୍ଦା ଛନ୍ଦି ।


ସୂରୁଜ, ଚନ୍ଦ୍ରମା କିରଣ ବୁଣ‌ଇ

ଏ ସାରା ବିଶ୍ବ ଉପରେ

ନିଜ ଛାୟା ଦେଖି ନିତି ଡରି ମରୁ

ଆମେ ଏ ଧରା ପୃଷ୍ଠାରେ ।


ବିଚିତ୍ର ସୃଷ୍ଟିର ବିଚିତ୍ର ଏ ଜୀବ

ପାଇଛି ଉପାଧି ଶ୍ରେଷ୍ଠ

ସବୁଠାରୁ ବୋଧେ ଏଇ ଦୁନିଆରେ

ପାଉଅଛି ବେଶି କଷ୍ଟ ।


Rate this content
Log in

Similar oriya poem from Inspirational