Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Inspirational

3  

Mallika singh

Inspirational

ବାପୁ ତୁମେ ଫେରିଆସ

ବାପୁ ତୁମେ ଫେରିଆସ

1 min
160



ଭାରତ ମାତାର ପାଦେ ପଡ଼ିଥିଲା

 ପରାଧୀନ ତା ର ବେଡ଼ି

ଶୋଷଣ ଲୁଣ୍ଠନ ନାନା ଭ୍ରଷ୍ଟାଚାର

ଫିରିଙ୍ଗି ଶାସନ ବାଡ଼ି ।


ଦେଶ ମାତୃକାର ସ୍ଵାଧୀନତା ପାଇଁ

 ପରାଣ ବ୍ୟଥିତ ହେଲା

ଓକିଲାତି ଛାଡ଼ି ମାଟି ମା' ପାଇଁ

ଆତ୍ମା ଯେ ଆହ୍ବାନ ଦେଲା ।


ଅହିଂସା କୁ ତୁମେ କଲ ମୂଳ ମନ୍ତ୍ର

 ଫୁଙ୍କି ଦେଲ କାନେ କାନେ

ସୁପ୍ତ ଜନତା ଜାଗ୍ରତ ହେଲେ ଅ--

ସହଯୋଗ ଆନ୍ଦୋଳନେ ।


ଦାଣ୍ଡି ଅଭିଯାନ ବିଦେଶୀ ବର୍ଜନ

ଆଇନ୍ ଅମାନ୍ୟ କଲ

ଗୋଲ୍ ଟେବୁଲ୍ ବୈଠକ ରେ କେତେ

ଅପମାନ ସହି ନେଲ ।


ନିଶା ନିବାରଣ ଦୁର୍ନୀତି ବାରଣ

 ଅସ୍ପୃଶ୍ୟତା ନିବାରଣ

ସ୍ୱଚ୍ଛ ସ୍ଵାଧୀନ ଭାରତ ଗଠନେ

ଆନ୍ଦୋଳିତ ତୁମ ପ୍ରାଣ ।


ହାରିଲା ଫିରିଙ୍ଗି ଉଡ଼ିଲା ତ୍ରିରଙ୍ଗା

ପ୍ରତିଷ୍ଠିତ ଗଣତନ୍ତ୍ର

ହେଲେ ପୂଜ୍ୟ ବାପୁ ଲୁଚିଗଲା ତୁମ

ଅହିଂସା ର ମୂଳମନ୍ତ୍ର ।


ତୁମ କଳ୍ପିତ ରାମ ରାଇଜରେ

ରାବଣ ରାଜୁତି କରେ

ଦେଶ ଅର୍ଥନୀତି ଭୁଷୁଡି ପଡୁଛି

ପୁଞ୍ଜିବାଦୀ ସ୍ବାର୍ଥ ତଳେ ।


ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲେ

ଜଳେ ଯଉତୁକ ଜୁଇ

ଏବେବି ଲୁଚିନି ଅନାହାର ମୃତ୍ୟୁ

ଛୁଆ ବିକ୍ରି ଭୋକ ତହିଁ।


ଫେରି ଆସ ବାପୁ ଫେରି ଆସ ତୁମେ

ନୂଆ ଏକ ରୂପ ଧରି

ସତ୍ୟ ଅହିଂସା ର ଦିହୁଡ଼ି ଜାଳିବ

ରାବଣ ପଡ଼ିବ ଟଳି ।


Rate this content
Log in

Similar oriya poem from Inspirational