ମହାଦେବୀ ବନ୍ଦନା
ମହାଦେବୀ ବନ୍ଦନା
ଜୟଜୟ ମହାଶକ୍ତି ମାଆ ମହାଦେବୀ l
ଭବାନୀ ଭବ ତାରିଣୀ ଭବଙ୍କ ବଲ୍ଲଭୀ ll
ବନ୍ଦଇ ଲୋକ ଜନନୀ ଭବାର୍ତ୍ତ ଭଞ୍ଜନୀ l
ଭକ୍ତପ୍ରିୟା ଭକ୍ତି ଗମ୍ୟା ଭକ୍ତି ପ୍ରଦାୟିନୀ ll
ବନ୍ଦେ ମା ଭକ୍ତ ବତ୍ସଳା ସତୀ ଭବପ୍ରିୟା l
ଖଡ୍ଗ ଖେଟକଧାରିଣୀ ମାଆ ମହାମାୟା ll
ଅନ୍ନପୂର୍ଣ୍ଣା, ସଦା ପୂର୍ଣ୍ଣା, ଅପର୍ଣ୍ଣା, ପାର୍ବତୀ l
ମାହେଶ୍ଵରୀ ବୃଷାରୁଢା ଶୈଳରାଜପୁତ୍ରୀ ll
କାଳରାତ୍ରୀ ମହାରାତ୍ରି ମୋହରାତ୍ରି ମାତା l
ବନ୍ଦେ ମା ପରମେଶ୍ବରୀ ପରମ ପୂଜିତା ll
ଶିବକାନ୍ତା ଶମ୍ଭୁ ଶକ୍ତି ବନ୍ଦେ ମା' ଜନନୀ l
ନମସ୍ତେ ନମସ୍ତେ ମାଆ ବିଶ୍ଵବିନୋଦିନୀ ll
ଜଗତକର୍ତ୍ତ୍ରି, ଜଗଦ୍ଧାତ୍ରୀ ଜଗତ ସଂହାରୀ l
ପରମ ମୋକ୍ଷଦାୟିନୀ ମୁନି ମନୋହାରୀ ll
ଦେବ ଦୁଃଖହରିଣୀ ମା ଦେବ ସହାୟିକା l
ଜୟ ଭଦ୍ରେ ଜଗଦମ୍ବେ ଗୋଉରୀ ଅମ୍ବିକା ll
ତ୍ରିନୟନୀ ଶଙ୍କରି ମା ଭୋଗ ମୋକ୍ଷ ପ୍ରଦା l
ମହାମାୟା ଯୋଗମୟା ତୁହି ଯୋଗସିଦ୍ଧା ll
ଶରଣ ତ୍ର୍ୟମ୍ବକ ଗୌରୀ ସଦା ଦୁଃଖହାରୀ l
ନମସ୍ତେ ମା' ପରାଶକ୍ତେ ପରମେ ଈଶ୍ୱରୀ ll
