ଦୁହିତା ସେ ତ ଜଗତଜିତା
ଦୁହିତା ସେ ତ ଜଗତଜିତା
କୋଟି ଜନ୍ମ ର ପୂଣ୍ୟ ଫଳ ଅଟେ ଯେ ସେ,
ପିତାଙ୍କ ଅଗଣାରେ ମହକୁ ଥିବା ଫୁଲଟିଏ,
ମାଆ ଓଠର ମିଠା ମିଠା ହସର ଧାର ଟିଏ ,
ମାଁ,ବାପାଙ୍କ କୋଳରେ ବଢୁଥିବା ପରୀ ଟିଏ।।
ପିତା,ମାତାଙ୍କ ଉଆସର ରାଜଦୁଲାଳୀ ସେ,
ଝିଅରୁ ହୁଏ ଜନନୀ,ଭଗିନୀ ଜାୟା ଯେ ସେ,
ଜୀବନ ତା ସଦା ପରହିତେ,ଉତ୍ସର୍ଗ କରିଥାଏ,
ଦୁଇ କୁଳକୁ ହିତା, ସର୍ବ°ସହା, ଦୁହିତା ସେ।।
କେତେ ଜନ୍ମର ପୂଣ୍ୟ ବଳେ କନ୍ୟା ଜନ୍ମ ନିଏ,
ସ୍ବ ଗୁଣ ବଳେ କୋଟି ଜନ ମନ ମୋହି ଥାଏ,
ଧୈର୍ଯ୍ୟ, ସହିଷ୍ଣୁତା, ମମତା ର ପ୍ରତିରୂପଅଟେ,
ଦୁହିତା ସେ ଯେ, ସବୁଠି ଜଗତଜିତା ଅଟେ ସେ।
