STORYMIRROR

Binodini Dash

Inspirational

3  

Binodini Dash

Inspirational

ସାହିତ୍ୟର ଅର୍ଥ ବୁଝିବା

ସାହିତ୍ୟର ଅର୍ଥ ବୁଝିବା

1 min
143


ସମାଜର ହିତ କରଇ ସାହିତ୍ୟ

ରହି ମାନବର ପାଖେ

ଅତି ଆପଣାର ସିଏ ସକଳର

ସୁଖେ ହେଉ ଅବା ଦୁଃଖେ

ଚିତ୍ତ କରି ନିର୍ମଳ

ବୁଝାଇ ଦିଏ ସେ ପ୍ରେମର ପରଶେ

ଯୋଗାଇ ଅଶେଷ ବଳ

ବାନ୍ଧିବାକୁ ସମଜରେ ଥଳ ।


ସାହିତ୍ୟ ଭିତରେ ବିଭିନ୍ନ ରୂପରେ

ଦିଶେ ଚିତ୍ର ସମାଜର

ଦର୍ପଣ ସଦୃଶ ହୋଇ ସଦା ଦୃଶ୍ୟ

ବିଚାର ଭଲମନ୍ଦର

ଚାଲେ ଅନବରତ

ଯେମିତି ସେ ଏକ ନ୍ୟାୟର ପ୍ରତୀକ 

ଖୋଜିପାରେ ସବୁ ସତ

ସଦା ଲକ୍ଷପଥ ତା' ମହତ ।


ଯେତେ କୁସଂସ୍କାର କରିଦେଇ ଦୂର

ଗଢ଼ଇ ସୁସ୍ଥ ସମାଜ

ଶାନ୍ତି ସଦ୍ଭାବନା ନୂତନ ଚେତନା

ଜାଗ୍ରତେ ବଢ଼ଇ ତେଜ

ବାନ୍ଧି ଏକତା ଡୋରେ

ଜିତଇ ହୃଦୟ ସତେ ସୂର୍ଯ୍ୟୋଦୟ

ହୁଏ ସକଳ ଅନ୍ତରେ 

ଯାହା ଚଉଦିଗକୁ ପ୍ରସରେ ।


ଧର୍ମ ନ୍ୟାୟଶାସ୍ତ୍ର ରାଜନୀତି ଶସ୍ତ୍ର

କଳା ବିଜ୍ଞାନ ଦର୍ଶନ

ଅର୍ଥନୀତି ଜ୍ଞାନ ଆଧ୍ୟାତ୍ମିକ ଜ୍ଞାନ

ହୁଅଇ ପ୍ରତିଫଳନ

ତାକୁ ନିତି ପରଖି

ବନ୍ଧୁଟିଏ ପରି ଅନ୍ତରଙ୍ଗ କରି

ଭାବକୁ ହୃଦୟେ ମାଖି

ନର ପାରଇ ଯତନେ ରଖି ।


ଭାବର ଆଦାନପ୍ରଦାନରେ ମନ

ରହଇ ଚଳଚଞ୍ଚଳ

ଅସୁମାରି ଖୁସି ଅନ୍ତରରେ ଲେସି

ଛୁଟାଇ ପ୍ରୀତି କଲ୍ଲୋଳ

ପରସ୍ପର ମଧ୍ୟରେ

ସମ୍ପର୍କର ସେତୁ ମଜଭୂତ ହେତୁ

କାଳଯାପନ ସୁଖରେ

ନିଜ ଭାଷାକୁ ବୋଳି ମୁଖରେ ।


ସାହିତ୍ୟର ସୃଷ୍ଟି କରେ ଯିଏ ତିଷ୍ଠି

ରହଇ ଯୁଗକୁଯୁଗ

ଯେତେ ସାହିତ୍ୟିକ ସାଧନେ ସାଧକ

ସବୁଥିରେ ଅଗ୍ରଭାଗ

କବିର ସୃଷ୍ଟି ପାଇଁ

ଦ୍ବିତୀୟ ଈଶ୍ବର ବୋଲନ୍ତି ସକଳ

ହୃଦୟେ ହରଷ ବହି

ବିନା ସାହିତ୍ୟେରେ ସ୍ଥିତି କାହିଁ ?





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational