STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଅକାଳେ ଅମ୍ବିକା

ଅକାଳେ ଅମ୍ବିକା

1 min
169


ତୁହି ମାଆ ଭବାନୀ

ତୁହି ମାଆ ଶିବାନୀ

ଜୟ ଜୟ ଗିରି ସୁତା

ସଙ୍କଟ କାଳ ରେ

ସଙ୍କଟ ନାଶୁ ମାଆ

ଜୟ ଗଣପତି ମାତା।

  ମହିଷାସୁର ର ଉତ୍ପାତ ରେ

  ତିନି ଲୋକ ସନ୍ତାପିତ ଥିଲା

 ଅନଳ ମଧ୍ୟ ରୁ ସମ୍ଭୂତ ହୋଇ ତୁ

  ଧରଣୀ ଧନ୍ୟ ହୋଇଲା

ଦଇତ ବଦ୍ଧି ଲୁ ସଙ୍କଟ ନାସିଲୁ 

  ତୁହି ପରା ଆଦି ମାତା।

  ତ୍ରେତୟା ରେ ପ୍ରଭୁ ଶ୍ରୀରାମ ପୂଜିଲେ

   ସହାୟ ହୋଇଲୁ ତୁହି

ସହାୟ ହୋଇଲୁ ପ୍ରଭୁ ଶ୍ରୀ ରାମ ଙ୍କୁ

  ଉଦ୍ଧରିଲେ ଦେବୀ ସୀତା

ହେ ମାତା ଭବାନୀ ଅମ୍ବିକା ଶିବାନୀ

  ତୁହି ଜଗତ ବନ୍ଦିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational