STORYMIRROR

Sushil Kumar Nayak

Inspirational

4  

Sushil Kumar Nayak

Inspirational

ବୃଦ୍ଧାଶ୍ରମ

ବୃଦ୍ଧାଶ୍ରମ

1 min
443


ଯାହା ହାତ ଧରି ଚାଲିଥିଲା ସିଏ,

ଶୈଶବର କେତେ ଅଙ୍କା ବଙ୍କା ରାସ୍ତା,

ଆଜି କେ ବୁଝିଛି ତା ଅନ୍ତର ବ୍ୟଥା,

ଛାଡି ବୃଦ୍ଧାଶ୍ରମେ ତା ମନର ଦେବତା।


ଭୁଲିକି ପାରେ ସେ ମା' ର ମମତା,

ମା' ରନ୍ଧା ଡାଲି ଭାତ ଆଳୁ ଭର୍ତା,

ବାପାଙ୍କ ଆକଟ ଆଉ ମାଡ ଛାଟ,

ଯାହା ଦେଖାଇଲା ବଞ୍ଚିବାର ବାଟ।


ଲୁଚି ଲୁଚି ଆଜି ନିଜ ଲୁହ ପିଏ,

ନା କାହାକୁ କହେ ନା ସହି ହୁଏ,

ଦୁନିଆଁ ଆଖିରେ ସେ ଦୋଷୀ ହୁଏ,

ତାକୁ ଥରେ କେବେ ପଚାରିଛ କିଏ?


ଚାହିଁ ତ ନ ଥିଲା ଦୂରକୁ ଯିବାକୁ,

କାହିଁ ପଠାଇଲ ହାକିମ ହେବାକୁ?

ସାତ ଦରିଆ ଆଉ ତେର ନଈର ଦୂରତା,

ପାରି ହେବା ପାଇଁ ସେ ଆଜି ପାଉନାହିଁ ରାସ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational