ବୃଦ୍ଧାଶ୍ରମ
ବୃଦ୍ଧାଶ୍ରମ
ଯାହା ହାତ ଧରି ଚାଲିଥିଲା ସିଏ,
ଶୈଶବର କେତେ ଅଙ୍କା ବଙ୍କା ରାସ୍ତା,
ଆଜି କେ ବୁଝିଛି ତା ଅନ୍ତର ବ୍ୟଥା,
ଛାଡି ବୃଦ୍ଧାଶ୍ରମେ ତା ମନର ଦେବତା।
ଭୁଲିକି ପାରେ ସେ ମା' ର ମମତା,
ମା' ରନ୍ଧା ଡାଲି ଭାତ ଆଳୁ ଭର୍ତା,
ବାପାଙ୍କ ଆକଟ ଆଉ ମାଡ ଛାଟ,
ଯାହା ଦେଖାଇଲା ବଞ୍ଚିବାର ବାଟ।
ଲୁଚି ଲୁଚି ଆଜି ନିଜ ଲୁହ ପିଏ,
ନା କାହାକୁ କହେ ନା ସହି ହୁଏ,
ଦୁନିଆଁ ଆଖିରେ ସେ ଦୋଷୀ ହୁଏ,
ତାକୁ ଥରେ କେବେ ପଚାରିଛ କିଏ?
ଚାହିଁ ତ ନ ଥିଲା ଦୂରକୁ ଯିବାକୁ,
କାହିଁ ପଠାଇଲ ହାକିମ ହେବାକୁ?
ସାତ ଦରିଆ ଆଉ ତେର ନଈର ଦୂରତା,
ପାରି ହେବା ପାଇଁ ସେ ଆଜି ପାଉନାହିଁ ରାସ୍ତା।