STORYMIRROR

Sushil Kumar Nayak

Inspirational

4  

Sushil Kumar Nayak

Inspirational

ବାପା

ବାପା

1 min
304

ହେ ପୂଜ୍ୟ ପରମ ପ୍ରୀତିର ପ୍ରତୀମ

ତୁମ ପାଦେ ମୋର ଭକ୍ତିର ଅଳି,

ଦିଅ ମୋତେ ବାରେ ଆଶୀଷର ଧାରା

ସବୁ ବାଧା ବିଘ୍ନ ଯାଉ ମୋର ଟଳି ।


ଜନ୍ମ ଦେଲ ତୁମେ କର୍ମବି ଦେଲ

ଲେଖିଦେଇ ମୋର କପାଳେ ଭାଗ୍ୟ,

ବରଷିଦିଅ କରୁଣା ବିନ୍ଦୁ

ନିଶ୍ଚେ ବାଣ୍ଟିବି ମୁଁ ସଂସାରେ ସତ୍ୟ ।


ହେ ମହା ମହିମ ଶ୍ରଦ୍ଧାର ଆଧାର

ଦୁଃଖକୁ ମୋଠାରୁ ଦେଲ ଦୂରେଇ,

ତୁମ ବିନା ମୁଁ ଜୀବନ ବଜାରେ

ଶିଖିଲିନି ସୁଖ ଆଦାୟ କରି ।


ପାଦ ଯେବେ ଥାପେ ସଂସାର ପଥରେ

ହାତ ତୁମ ଦୁଇ ଦେଉଛ ଥୋଇ,

ମୋର ଚଲାପଥ କଲ କୁସୁମିତ

କଣ୍ଟକିତ ପଥ ଜାଣିଲି ନାହିଁ ।


କେତେ କଣ ପୂଣ୍ୟ କରିଥିଲି ମୁଁ

ତୁମପରି ପିତା ପାଇଲି ମୁହିଁ,

ପୁତ୍ର ଋଣକୁ ଶୁଝେଇବା ପାଇଁ

ଭରସା ଟିକିଏ ଦେଉନ କାହିଁ ।


ଏ ଜନ୍ମରେ ମୁଁ ପାରିବି କି ନାହିଁ

ଆର ଜନ୍ମକୁ କଥା ତ ଦିଅ,

ଋଣର ଭାର ସହି ପାରୁ ନାହିଁ

ଆସିବ ମୋ କୋଳେ ହେଇକି ପୁଅ ।



Rate this content
Log in

Similar oriya poem from Inspirational