STORYMIRROR

Sushil Kumar Nayak

Others

3  

Sushil Kumar Nayak

Others

ଧନ୍ୟ ତୁମେ ମାତୃ ଦିବସ

ଧନ୍ୟ ତୁମେ ମାତୃ ଦିବସ

1 min
267


ଧନ୍ୟ ତୁମେ ମାତୃ ଦିବସ,

ଆଜି ତୁମେ ମନେ ପକେଇଦେଲ,

ମୋର ସବୁ ମା ମାନଙ୍କୁ,

ଜନ୍ମିତ ମା ଠାରୁ ସ୍ତ୍ରୀ ପର୍ଯ୍ୟନ୍ତ,

ଯାହା ଠାରୁ ପାଇଛି,

ମାଆର ମମତା।


ଜୀବନର ପ୍ରତି ସୋପାନରେ,

ଯାହାଠାରୁ ମାଆର ସ୍ନେହ ଖୋଜିଛି,

କେବେ କେହି ଊଣା କରି ନାହାନ୍ତି,

ଢାଳି ଦେଇଛନ୍ତି ସେତେ,

ଯେତେ ସେ ପାରିବେ,

ମାଆର ମମତା।


ନାହିଁ ମୋ ପାଖେ ଶବ୍ଦ,

ବର୍ଣ୍ଣନା କରିବାକୁ,

ଯାହା ମୁଁ ପାଇଛି ସେମାନଙ୍କ ପାଖରୁ,

ଖାଲି ଏତିକି ଚାହେଁ,

ସଦା ଅତୁଟ ରହୁ ସେ,

ମାଆର ମମତା।


ଆଜିର ଏ ପବିତ୍ର ଦିବସେ,

ମନେ ପଡନ୍ତି ସବୁ,

ଯିଏ ବି ଯେଉଁଠି ଥାଆନ୍ତୁ,

ଭଲରେ ଥାଆନ୍ତୁ,

କାରଣ ମୁଁ କେବେ ଶୁଝି ପାରିବିନି,

ମାଆର ମମତା।



Rate this content
Log in