STORYMIRROR

Sushil Kumar Nayak

Romance

3  

Sushil Kumar Nayak

Romance

ସ୍ମୃତି

ସ୍ମୃତି

1 min
253

ଭଲ ତ ପାଇବା ଶିଖାଇଲୁ ମୋତେ ,

ଭଲ ତ ପାଇଲୁ ନାହିଁ।

ଭୁଲି ତ ଯିବାକୁ ତତେ ଶିଖାଇଲି,

ଭୁଲି ତତେ ପାରୁନାହିଁ।


ସପନ ଦେଖିବା ଶିଖାଇଲୁ ମୋତେ,

ସପନେ ଆସୁଛୁ ଧାଇଁ।

ସପନେ ବିଭୋର କରିଦେଲା ପରେ,

ନିଦମୋ ଦେଉ ହଜାଇ।


ଆଖିରେ ଆଖିରେ କହି କେତେ କଥା,

ଓଠକୁ ଦେଲୁ ଥରେଇ।

ଓଠରେ ଓଠରେ ଯେବେ ଜଣେଇଲି,

ଆଖି ତୋ ନେଲୁ ଫେରାଇ।


ମଗନ ଆକାଶେ ଉଡି ଶିଖାଇଲୁ,

ଡେଣା ମୋ ଦେଲୁ ଭିଜାଇ।

ପୁଣି ଚାହେଁ ମନ ଉଡିବାକୁ ଥରେ,

ଠିକଣା ତୋ ପାଏ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance