STORYMIRROR

Sushil Kumar Nayak

Tragedy

3  

Sushil Kumar Nayak

Tragedy

"ଚୋରାବାଲି

"ଚୋରାବାଲି

1 min
242


କାହିଁକି କେଜାଣି ସେଦିନର କଥା

ମନେ ଭରେ ଅସ୍ଥିରତା,

ପ୍ରଶ୍ନବାଚୀ ହୋଇ ରହିଗଲା ତୁମ

ସେଦିନର ନିରବତା।


ସବୁକିଛି ପାଇ ଖାଁ ଖାଁ ଲାଗେ

ଏକାନ୍ତରେ ଯେବେ ଥାଏ,

ଦୋଷ ମୋର ବୋଧେ କେଉଁଠି ରହିଲା

ଉତ୍ତର ଖୋଜୁଥାଏ।


ତମ ଆଖିର ସ୍ଥିରତା ଓଠର ବିବ୍ରତା

ମନକୁ ହଲେଇ ଥିଲା,

ମନ କଥା ଖୋଲି କହିବି ଭାବିଲି

ବିବେକ ମୋ ବାଧା ଦେଲା।


ମୋ ବନ୍ଧୁତା କାଳେ ଅଗ୍ରାହ୍ୟ ହୋଇବ

ସହି ପାରିବିନି ଭାବି,

ମନ କମଳେ ମୋ ସାଇତି ରଖିଲି

ତୁମରି ସ୍ମୃତିର ରାଜି।


ଆଜି ଯେବେ ମୁଁ ମନକୁ ପଚାରେ

ଜିତିଲି ନା ହାରିଗଲି,

ଗର୍ବେ ମନେ ଭାବେ ସାଇତି ପାରିଲି

ମୋ ମନର ଚୋରାବାଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy