STORYMIRROR

Sushil Kumar Nayak

Fantasy

3  

Sushil Kumar Nayak

Fantasy

କଣ୍ଟେଇ କୋଳି ର ଗଛ

କଣ୍ଟେଇ କୋଳି ର ଗଛ

1 min
339


ମୁଁ ଶବ୍ଦର,

ଏକ କଣ୍ଟେଇ କୋଳିର ଗଛ,

କାୟା ମୋର ନୁହଁଇ ବିସ୍ତୃତ,

ତଥାପି ସଦା ମୁଁ ଚେଷ୍ଟିତ,

ଜାଣେନା ଛାଇ ଦେଇ ପାରିବି କି ନା,

କାରଣ ସାହିତ୍ୟର ବରଗଛ ତଳେ ଆଜି ମୁଁ ଆଶ୍ରିତ ।


ଦେହସାରା ମୋର କଣ୍ଟା,

ନା ମୁଁ ଗଛ ନା ଲତା,

ତଥାପି ମୁଁ ମଥା ଟେକେ,

ବେଳେ ବେଳେ ଚହଲିଯାଏ,

କାଳେ ମୁଁ ଦେଇ ପାରିବି,

ମୋ ଦେହର ଶୀତଳ ପରଶ ।

କାରଣ ସାହିତ୍ୟର ବରଗଛ ତଳେ ଆଜି ମୁଁ ଆଶ୍ରିତ ।


ଅତି ଛୋଟ ମୋର ଫଳ,

ନୁହଁଇ ମାଂସାଳ ଅବା ନୁହଁଇ ରସାଳ,

ତଥାପି କାହିଁକି ଇଛ୍ଛା ହୁଏ,

ଆସନ୍ତା କି କିଏ ଥରେ,

ପରସି ଦିଅନ୍ତି ତାକୁ,

ମୋ ଫଳର ମଧୁରତାକୁୁ ।

କାରଣ ସାହିତ୍ୟର ବରଗଛ ତଳେ ଆଜି ମୁଁ ଆଶ୍ରିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy