କଣ୍ଟେଇ କୋଳି ର ଗଛ
କଣ୍ଟେଇ କୋଳି ର ଗଛ
ମୁଁ ଶବ୍ଦର,
ଏକ କଣ୍ଟେଇ କୋଳିର ଗଛ,
କାୟା ମୋର ନୁହଁଇ ବିସ୍ତୃତ,
ତଥାପି ସଦା ମୁଁ ଚେଷ୍ଟିତ,
ଜାଣେନା ଛାଇ ଦେଇ ପାରିବି କି ନା,
କାରଣ ସାହିତ୍ୟର ବରଗଛ ତଳେ ଆଜି ମୁଁ ଆଶ୍ରିତ ।
ଦେହସାରା ମୋର କଣ୍ଟା,
ନା ମୁଁ ଗଛ ନା ଲତା,
ତଥାପି ମୁଁ ମଥା ଟେକେ,
ବେଳେ ବେଳେ ଚହଲିଯାଏ,
କାଳେ ମୁଁ ଦେଇ ପାରିବି,
ମୋ ଦେହର ଶୀତଳ ପରଶ ।
କାରଣ ସାହିତ୍ୟର ବରଗଛ ତଳେ ଆଜି ମୁଁ ଆଶ୍ରିତ ।
ଅତି ଛୋଟ ମୋର ଫଳ,
ନୁହଁଇ ମାଂସାଳ ଅବା ନୁହଁଇ ରସାଳ,
ତଥାପି କାହିଁକି ଇଛ୍ଛା ହୁଏ,
ଆସନ୍ତା କି କିଏ ଥରେ,
ପରସି ଦିଅନ୍ତି ତାକୁ,
ମୋ ଫଳର ମଧୁରତାକୁୁ ।
କାରଣ ସାହିତ୍ୟର ବରଗଛ ତଳେ ଆଜି ମୁଁ ଆଶ୍ରିତ ।
