STORYMIRROR

Nrusingha Narayan Tripathy

Fantasy Inspirational Children

4  

Nrusingha Narayan Tripathy

Fantasy Inspirational Children

ମନଷ୍ଟର

ମନଷ୍ଟର

1 min
292


କୋମଳ ହୃଦୟ କଅଁଳ ମନର

ଟିକି ଟିକି ଶିଶୁଗଣ

ଶୁଣନ୍ତି ଆନନ୍ଦେ ଗପ ଗୀତ ସବୁ

କଳ୍ପନା କରନ୍ତି ଜାଣ ll


ପଶୁ ପକ୍ଷୀ ଗପ ଆଈମା କହଇ

ସରାଗେ ବସି ଶୁଣନ୍ତି

ମନଷ୍ଟର କଥା ଟିଭି ରେ ଦେଖିକି

ସ୍ବପ୍ନ ରାଇଜେ ଭାଷନ୍ତି ll


ଏଲିଆନ, ଡୋରୀମନ,ପୋକେମନ

ସିରିଏଲ ସାହସୀକ

ମନଷ୍ଟର ଗପ ଅଟେ ବଦଗୁଣ

ପରିବର୍ତ୍ତନ ଶିଶୁଙ୍କll


ମନଷ୍ଟର କଥା ଅଟେ ଭିନ୍ନ ଭିନ୍ନ

ପଶୁ, ଦୁଷ୍ଟ, ଗପ, ଗୀତ

କ୍ୱାଲିଟି ଇମେଜ ଚିତ୍ରପଟ ଦୃଶ୍ୟ

ସିନେମାର କଥାଚିତ୍ରll


ବାଘ, ହାତୀ, ସିଂହ ବେଶରେ କାହାଣୀ

ଶିଶୁଙ୍କର ଅତିପ୍ରିୟ

କାର୍ଟୁନ ଦେଖିକି ଶିଶୁ ଖାଇଦିଏ

ଭୋଜନତା ମନପ୍ରିୟ ll


ନଟି ମନଷ୍ଟର ଦେଖିକି ଶିଶୁଟି

କୁଭ୍ୟାସ ର ପରିଣାମ

ନିଜର ମନକୁ କରେ ସଂଶୋଧନ

ଭଲ ଗୁଣେ ତାର ମନ ll


ମନଷ୍ଟର ଗୀତ ଶୁଣିବାକୁ ଶିଶୁ

ଆନନ୍ଦ ବିଭୋର ହୁଏ

ମିଉଜିକ ତାଳେ ରାଇମି ଗାୟନ

ଶୁଣି ପୁଲକିତ ହୁଏ ll


ରାତ୍ରର ସମୟେ ନିର୍ଜନ ପ୍ରହରେ

ଭୟଭୀତ ହୁଏ ଶିଶୁ

ମନେପଡେ ତାର ଭୁତ ର କାହାଣୀ

ମନଷ୍ଟର ର କଥାକୁ ll


ଖେଳ ପ୍ରିୟ ଶିଶୁ ଖେଳଇ ଆନନ୍ଦେ

ବଲ ଖେଳରେ ତା ମନ

ବଲ ଫୋପାଡ଼ି ଡ଼େଇଁକି ହସିକି

ଖେଳୁଥାଏ ଖୁସିମନେ ll


ମନଷ୍ଟର କଥା ଅଟେ କାଳ୍ପନିକ

ନ ରଖ ତାକୁ ମନରେ

ଭଲ କଥା ଶିଖି କାମରେ ଲଗାଅ

ରଖ ମନକୁ ପାଠରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy