Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Action Fantasy Inspirational

3  

Suchismita Behera

Action Fantasy Inspirational

ସାଧାରଣରୁ ଅସାଧାରଣ

ସାଧାରଣରୁ ଅସାଧାରଣ

1 min
121


ସାଧାରଣ ମଣିଷ ସେ, ସୁଜ୍ଞାନୀ ମଧ୍ଯ 

ନିତିଦିନିଆ ଦାୟିତ୍ବରେ ବାନ୍ଧିହେବାକୁ ହୁଏ ବାଧ୍ଯ 

ବୁଦ୍ଧିରେ ସେ ବିରଳ, ବିଚାରରେ ପରିପକ୍ବ 

ହେଲେ ସାଧାରଣ ସମାଜରେ ହଜିଯାଏ ତା'ର ଅସ୍ତିତ୍ବ ।


ଘର ହେଉ ବା କାର୍ଯ୍ୟାଳୟର କାମ

ନାନା ଚରିତ୍ରରେ ପାଳେ ସିଏ ନାନା ନିୟମ

କେବେ ଭଲ, କେବେ ମନ୍ଦରେ ଚାଲେ ତା'ର ଦୁନିଆ

କର୍ତ୍ତବ୍ଯକୁ କୁଣ୍ଢାଇ ସେ ହୁଏ ସବୁବେଳେ ଠିଆ ।


ସମୟକ୍ରମେ ସମାଜର କଲ୍ୟାଣ ନିମନ୍ତେ 

ନିଜ ବିକଶିତ ବୁଦ୍ଧିର କରେ ଅଭିବ୍ୟକ୍ତ 

ପରୀଧାରଣ କରି ଏକ ଆକର୍ଷିତ ଆଭୂଷଣ

ସାଧାରଣରୁ ସେ ହୋଇଯାଏ ଅସାଧାରଣ ।


ସହଯୋଗୀ ହୁଏ ସାହାଯ୍ଯରୂପୀ ଏହି ମଣିଷ

କାଢେ ସମାଧାନ ରହି ସମସ୍ୟାରେ ଜଡିତ

ବିଚାର କରେ ଠିକ୍ ଏବଂ ଭୁଲ୍ ର ପରିସ୍ଥିତି

ସର୍ବଦା ଦେଖାଇଥାଏ ନିଜ ଉପସ୍ଥିତି ।


Rate this content
Log in

Similar oriya poem from Action