STORYMIRROR

DEBASHIS MISHRA

Romance Classics Fantasy

3  

DEBASHIS MISHRA

Romance Classics Fantasy

ପରୀଟିଏ

ପରୀଟିଏ

1 min
246


ପରୀଟିଏ କେହି କଣ ଅନୁଭବ କଲ

କେମିତି ଆସିଲା ମୋର ଅଧୁରା ଜୀବନେ

ଶାନ୍ତ ହୋଇଲା ଦେଖି ତାର ତନୁ ମନ

ତଥାପି ଏବେ ଶାନ୍ତ ହେଇ ନାହିଁ ମୋ ମନ

ହେଇ ଥାନ୍ତା ପାଖରେ ଥାଇ ପ୍ରେମ କଲେ ରାତିଦିନ ।


ରାତିଦିନ ତୁମ ଇଚ୍ଛା ପୁରା କରିବାକୁ ମୁଁ ଅଛି

ରୂପ ଯଉବନ ଆଉ ହସ ତମର ପଡୁଥାଉ ଝଲସି

ନିରେଖି ଚାହିଁଲେ ତମର ରୂପ ଯଉବନ

ମୁନି ମାନେ ତପ ଭୁଲି ହେବେ ଧ୍ୟାନ ଭଗ୍ନ ।


ତଥାପି ଗ‌ଉରୀ ନ ବୁଝେ ମନ ତମକୁ ଦେଖି

ଯେତେ ଦେଖୁ ଥିଲେ ଲାଗ ସଜ ଫୁଟା ଫୁଲ ପରି

ହରି ନେଉଥାଏ ମନ ତମ ନୟନ ଯୁଗଳ

ଶଙ୍ଖ ପରି ଦେହ ତମର ଚାନ୍ଦ ତମ ବଦନ

ପୀରତି ନିଶାରେ ଭରା ତମ ଦୁଇ ନୟନ ।


ହାତ ତମ ଧରି ଧିରେ ପାରି ହେଇଯିବି ସଂସାର

ମୋ ମନରେ ତୁମ ରୂପ ଯେହ୍ନେ ଗୋଲାପର ଫୁଲ

ମନକଥା କେ ବୁଝି ପାରିଛି ସେ ଏକା ପ୍ରୀୟା ମୋର

ତୁମ ପାଇଁ ଜନ୍ମି ଅଛି ମର୍ତ୍ତ୍ୟେ ବହି ହୋଇ ନର 

ସୁଖ ଦୁଃଖ ଯାହା ଆସୁ କେବେ କରିବନି ମତେ ପର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance