STORYMIRROR

DEBASHIS MISHRA

Romance

3  

DEBASHIS MISHRA

Romance

ପ୍ରିୟତମା ପାଇଁ ଅନୁରୋଧ

ପ୍ରିୟତମା ପାଇଁ ଅନୁରୋଧ

1 min
225


ହେ ପ୍ରିୟ ପ୍ରିୟତମା, 

ତୁମେ ଚିରନ୍ତନ କଳ୍ପନା ମୋର

ମୁଁ ଯେଉଁଠି ଯାହା ବି ଦେଖୁଛି

ସବୁଠି ତୁମ ଚିହ୍ନ, ତୁମ ବର୍ଣ୍ଣ

ତୁମ ରୂପ, ତୁମ ରଙ୍ଗ

ପ୍ରେମ ବ୍ଯାପିବାରେ ଲାଗିଛି

ସତେ କ'ଣ ଅଛି ଏଥିରେ ଯାଦୁଗରୀ

ତୁମର ବାସ୍ନା ଓ ଆବେଗ ମୋ ମନରେ

ତୁମ ଦେହରେ ଥିବା ପର୍ବତ ଆଉ ସାଗରରେ  

ଲଂଘି ଯିବାକୁ ଚାହେଁ ଭଲ ପାଇବାରେ। 


ମୋର ଲୋଡା଼ ନାହିଁ ମୁକ୍ତା, ହୀରା, 

ମୋତି, ସୁନା

ଲୋଡା ନାହିଁ ଅମୃତ କି ଫୁଲତୋଡା

ମୁଁ ଚାହେଁ କେବଳ ତୁମକୁ

ଯେହେତୁ ତୁମର ସରଳ ହୃଦୟଟିଏ

କିନ୍ତୁ ମୋତେ ଦୁଃଖ, ଦରଦ, ବେଦନାର ମଝି ଦରିଆରେ ଛାଡି 

ଚାଲି ଯିବ ନାହିଁ କେବେ।


Rate this content
Log in

Similar oriya poem from Romance