STORYMIRROR

DEBASHIS MISHRA

Classics Fantasy

3  

DEBASHIS MISHRA

Classics Fantasy

ମମତା

ମମତା

1 min
199

ତୁମେ ମୋତେ ଭଲ ପାଅ

ମୁଁ ତମକୁ ଭଲ ପାଇନି ତ କେବେ

ସବୁବେଳେ ଏ କଥା କହୁଛ। 

ତୁମେ ସବୁେବେଳେ କୁହ

ଏ କଥା ମୁଁ ମାନୁଛି।

ସକାଳୁ ସଂଜ ଯାଏ ମୁଁ

ତଥାପି ତୁମ ଭାବନାରେ ବୁଡୁଛି

ତୁମର ପ୍ରେମ ଭରା ହସ ହସ ମୁଁହ

ମୋ ଆଖିରେ ସବୁେବେଳେ ନାଚୁଛି,

ତୁମର ସେ କୁହୁକ ବୋଳା କବିତା, 

ମୋତେ ବଞ୍ଚିବାର ଆଶା ଦେଖାଉଛି।

ସ୍ନେହ ମମତା ର ମୂଲ୍ୟ ନାହିଁ କି କିଛି

କ'ଣ  ଭୁଲ ଥିଲା ମୋର ରାଧା ରାଣୀ

ତମେ ଶାଶୁ ଘର ଚାଲି ଗଲା ପରେ, 

ମୋ ଦୀର୍ଘ ଦିନର ସପନ ସପନରେ ଯିବ ହଜି 

ସବୁ ଦିନ ପାଇଁ,ହୃଦୟ ମୋର ଲୁହରେ ଯିବ ଭିଜି

ବଞ୍ଚିଥିବା ପର୍ଯ୍ୟନ୍ତ ତୁମକୁ ସବୁ ଦିନ ଝୁରୁଥିବି,

ତୁମ ଫେରିବା ବାଟକୁ ସବୁଦିନ ଅନେଇ ରହିଥିବି

କିନ୍ତୁ, ତମେ ଯେ ଆଉ ଫେରିବନି କେବେ

ଏ କଥା କାହିଁକି ମନ ବୁଝୁ ନି ଜାଣି ବି ଏବେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics