STORYMIRROR

DEBASHIS MISHRA

Romance Fantasy

4  

DEBASHIS MISHRA

Romance Fantasy

ତଥାପି ଅପେକ୍ଷା ତୁମର ମମତା

ତଥାପି ଅପେକ୍ଷା ତୁମର ମମତା

4 mins
552

ମମତାର ଫୁଲ ପ୍ରିୟା ମୋର ଥିଲ ବୋଧହୁଏ କେଉଁ ଜନ୍ମର ପୁଣ୍ୟଫଳ

ସେହି ପୁଣ୍ୟ ପାଇଁ ହୋଇଗଲ ତୁମେ ଆଜି ମୋର

ଭଗବାନଙ୍କ ପାଖେ ମୋର ପ୍ରେମ ଭରା ପୁଷ୍ପାଞ୍ଜଳି,

ମମତା ମୁଁ ଏକା ତୁମର ଆଉ ତୁମେ ମୋର ।

 

ମୋ ଅଧୁରା ଜୀବନେ ପରୀଟିଏ ତୁମେ

ସରଗ ରାଇଜର ରାଜଜେମା 

ଆଣିଲ ମୋର ଅଧୁରା ଜୀବନେ ପୂର୍ଣ୍ଣତା 

ତଥାପି ଅଶାନ୍ତ ହୋଇଲା ଦେଖି ତମ ନିରବତା ।

ତଥାପି ଏବେ ପୂର୍ଣତା ପାଇ ନାହିଁ ମୋ ମନ

ହେଇ ଥାନ୍ତା ପାଖେଥାଇ ପ୍ରେମ କରିଥିଲେ ରାତିଦିନ ।

ହୃଦୟରେ ଅଛି ମୋ ବିଶ୍ବାସ ପ୍ରେମର ବୀଜ ହେବ ଅଙ୍କୁରିତ 

ତୁମ ବୁକୁର କୌଣସି କୋଣରୁ ଶୁଷ୍କ ମନ ହୃଦୟ ନଦୀରୁ

ଅପେକ୍ଷା କେବଳ କେବେ ତୁମ ହୃଦୟରୁ ପ୍ରେମ ଝରିବ ଅବିରତ ।


ରାତିଦିନ ତୁମ ଇଚ୍ଛା ପୁରା କରିବାକୁ ମୁଁ ଅଛି ।

ରୂପ ଯଉବନ ଆଉ ହସ ତମର ପଡୁଥାଉ ଝଲସି

ନିରେଖି ଚାହିଁଲେ ତମର ରୂପ ଯଉବନ

ମୁନି ମାନେ ତପ ଭୁଲି ହେବେ ଧ୍ୟାନ ଭଗ୍ନ ।

ଯେତେ ଦେଖୁ ଥିଲେ ଲାଗୁଥାଅ ସଜ ଫୁଟା ଫୁଲ ପରି

ଥର ଟିଏ କହି ଦିଅ ତୁମେ ମୋତେ ଭଲ ପାଅ ହସି କରି ।


ହରି ନେଉଥାଏ ମନ ତମ ନୟନ ଯୁଗଳ ।

ଶଙ୍ଖ ପରି ଦେହ ତମର ଚାନ୍ଦ ତମ ବଦନ

ପୀରତି ନିଶାରେ ଭରା ତମ ଦୁଇ ନୟନ ।

ହାତ ତମ ଧରି ଧିରେ ପାରି ହେଇଯିବି ସଂସାର

ମୋ ମନରେ ତୁମ ରୂପ ଯେହ୍ନେ ଗୋଲାପର ଫୁଲ ।

ମନକଥା କେ ବୁଝି ପାରିଛି ସେ ଏକା ପ୍ରୀୟା ମୋର

ତୁମ ପାଇଁ ଜନ୍ମି ଅଛି ପୁନର୍ବାର ହୋଇ ନର 

ସୁଖ ଦୁଃଖ ଯାହା ଆସୁ କେବେ କରିବ ନି ମତେ ପର।


ତୁମେ ଆସ, ମୋ ସାଥେ ଖେଳ

ରାତିର ଜହ୍ନ ଆଲୁଅରେ

ନୀଳ ଆକଶରେ ପାହାନ୍ତି ତାରା 

ହଜି ଗଲା ପର୍ଯ୍ୟନ୍ତ.. ମୋ ସ୍ବପ୍ନ ରେ

କେତେ ଭଲ ଲାଗେ, ତୁମେ ଥିଲେ ପାସେ

ହୃଦୟ ମରୁବାଲିରେ ଫୁଟିଯାଏ ଫୁଲ

ହୃଦୟର  ନିବୁଜ କବାଟ ଖୋଲି

ଧିର ପାଦରେ ପସି ଆସ ଏକାନ୍ତରେ

ନୀଳ ଆକାଶ ନୟନରେ ତୁମ

ବିଭୋର୍ ହୋଇଯାଏ 

ତୁମ ଯୌବନର ସୌନ୍ଦର୍ୟ୍ଯରେ

କବିତା ଲେଖି ଦିଏ ଶୃଙ୍ଗାର ରସେ

ଗୋଲାପ ପାଖୁଡ଼ା କୋମଳ ଓଠରେ

କେତେ ଅବା ସମୟ ରହିବା ଅଲଗା

ଭୁଲ୍ ତ ମାଗିନେବ ଆମ ପରସ୍ପର ଓଠ

ଆଉ ଆଙ୍କି ଦେବ ପ୍ରେମର ଗଭୀର ରେଖା

କେଉଁ ଦିନ ଜହ୍ନରାତିରେ 

ତୁମ ଦେହରେ ତୁମ କେଶରେ 

ଆକାଶ ଛୁଇଁ, ଦୋଳି ଖେଳିବି

ଆଉ ଦୂରେଇ ଯିବ ନିରବ ଅନ୍ଧାର।

ତୁମ ବକ୍ଷୋଜରେ ହିମାଳୟର ବରଫପାତ ହେବ 

ନୀଳ କଇଁ ହସିବ ତୁମ ଗଭୀର ସରୋବର ରେ, 

ନିଦ ହଜିଯିବ ତୁମ ଉନ୍ନତ ଉରଜ ଉହାଡ଼େ, 

ପୁଣିଥରେ ରାତି ହେବ ରତିମୟ ଉଷ୍ମ ଆଲିଙ୍ଗନେ।

ଆଉ ଏକ ଭୁକମ୍ପ ଫେରିବ ଛାତିର ଉଷ୍ମତା ରେ, 

ହଜି ଯିବ ସବୁ ଦୁଖ ତୁମ ଗରମ ନିଶ୍ବାସରେ ।

ଅନ୍ଧାର ରେ ହଜିଯିବି ତୁମ ଖୋଳା କେଶମଧ୍ୟରେ

କାଳ କାଳ ପାଇଁ ମୋ ଉନ୍ମାଦ ଜାଗି ଯିବ ,

ସବୁଦିନ ପାଇଁ ଯେବେ ତୁମେ ମୋ ଛାତିକୁ ଜାବୁଡ଼ି ଧରିବ  ।

ତୁମେ ମୋ ପିଠିରେ ଲେଖୁଥିବ ହୀରା ଭଳି ନଖରେ ଆଦିମ ଇଚ୍ଛା,

ମୁଁ କେବଳ ଚୁମ୍ବନରେ ଦେଉଥିବି ତୁମ ପ୍ରତ୍ୟୁତ୍ତର

ଲଘୁ ବିଶ୍ରାମର ଅନ୍ତରାଳେ 

ପୁନଃ ପୁନଃ ହଜି ଯାଉଥିବା ଆମେ ଆଦିମ ପ୍ରେମରେ

କାମନାର ଚନ୍ଦନ ବନ ତୁମ ନାଭିରୁ ସ୍ତନାଗ୍ର ପର୍ଯ୍ୟନ୍ତ

ପ୍ରଣୟର ମଳୟ ବାସୁ ଥିବ କସ୍ତୁରୀ କସ୍ତୁରୀ ।

ତୁମ କାନ୍ଥରେ ଆଇନା ହିଁ ରହିବ ମୁକ ସାକ୍ଷୀ

ମୋ ଦେହକୁ ଦେଖୁଥିବା ପ୍ରେମ ଭରା ତୁମ ଦୁଇ ଆଖି।


ରାତି ଆସିବ ରାଗ ଖସିବ ପ୍ରେମର କବିତା ଲେଖୁ ଲେଖୁ

କାବ୍ୟଟିଏ ହୋଇସାରିଥିବ ସକାଳେ...

ଫୁଲ ପରି ମୁହଁ ହସି ଉଠିବ ପୁଣି

ମହକି ଯିବ ସ୍ନେହ ପ୍ରେମ ବାସ୍ନାରେ ଅଗଣା

ନିତି ହୁଏ ଦେଖା ସାକ୍ଷାତ ମୋବାଇଲ ମାଧ୍ୟମରେ

ସତରେ ତୁମର କୋଳରେ ମୁଣ୍ଡ ରଖି ଶୋଇ ଯାଆନ୍ତି କି ଥରେ।

ପିୟା ମୋ ମମତା ରେ କହିଦିଅ ଭଲ ପାଅ ମତେ ବୋଲି ଥରେ।


Rate this content
Log in

Similar oriya poem from Romance