ସହଧର୍ମିଣୀ
ସହଧର୍ମିଣୀ
ରାତିର ଅନ୍ଧାର ନୀରବତା ଭିତରେ,
ଖୋଜୁଛି ତୁମକୁ ସ୍ମୃତିର ଆଇନାରେ,
କିଛି ମୁହୂର୍ତ ଦୁରେଇ ଗଲେ,
ଖୋଜିବୁଲେ ତୁମକୁ ଶୁଷ୍କ ଖରାରେ ।
ନଖରା ତୁମ ମିଠା-ମିଠା ଲାଗେ,
ହସିରେ ତୁମ ମୁକୁତା ଝରିପଡ଼େ,
ହସ ଲୁହର ଲୁଚକାଳି ଭିତରେ,
ଖୋଜୁଛି ତୁମକୁ ଜୀବନ ସଂଗ୍ରାମରେ ।
ଦୁରେ ଥାଇ ଅନତିଦୂର ଲାଗେ,
ପ୍ରେମ ଯେମିତି ଛାଇ-ଆଲୁଅ ଭିତରେ,
ଛଅଥର ସାଥେ ନିଭେଇଲା ପରେ,
ଏ ସାତ ଜନ୍ମର ବଂଧନ ଲାଗେ ।
ପୁନଃଜନ୍ମକୁ ଅପେକ୍ଷିତ ପୁଣି ଥରେ,
ସାଥି ହେବ ସହଧର୍ମିଣୀ ରୂପରେ,
ଏ ଜନ୍ମର ସୁଖ-ଦୁଃଖ ଭିତରେ,
ତୁମ ସାନିଧ୍ୟ ପ୍ରତୀକ୍ଷଣେ ମାଗେ ।

