STORYMIRROR

sumita behera

Romance

3  

sumita behera

Romance

ତୁମେ ମନେ ପଡିଯାଅ

ତୁମେ ମନେ ପଡିଯାଅ

1 min
178

ଶିଶିର ଭିଜା ଏ

ଶରତ ସକାଳେ

ତୁମେ ମନେ ପଡିଯାଅ,

ଶୀତଳ ସମୀର

ତନୁ ଛୁଇଁଦେଲେ

ତୁମେ ମନେ ପଡିଯାଅ।


କମଳ ଚିବୁକେ

ମଧୁପ ଚୁମିଲେ

ତୁମେ ମନେ ପଡିଯାଅ,

ବାଦଲ ଫାଙ୍କରେ

ଚାନ୍ଦ ହସିଦେଲେ

ତୁମେ ମନେ ପଡିଯାଅ,


ରଜନୀଗନ୍ଧାର

ମହୁଲି ମହକେ

ତୁମେ ମନେ ପଡିଯାଅ,

ଏମିତି କେଉଁଠି

ସ୍ଥାନଟେ ପାଇନି

ଯେଉଁଠି ତୁମେ ନ ଥାଅ।



Rate this content
Log in

Similar oriya poem from Romance