ତୁମେ ମନେ ପଡିଯାଅ
ତୁମେ ମନେ ପଡିଯାଅ
ଶିଶିର ଭିଜା ଏ
ଶରତ ସକାଳେ
ତୁମେ ମନେ ପଡିଯାଅ,
ଶୀତଳ ସମୀର
ତନୁ ଛୁଇଁଦେଲେ
ତୁମେ ମନେ ପଡିଯାଅ।
କମଳ ଚିବୁକେ
ମଧୁପ ଚୁମିଲେ
ତୁମେ ମନେ ପଡିଯାଅ,
ବାଦଲ ଫାଙ୍କରେ
ଚାନ୍ଦ ହସିଦେଲେ
ତୁମେ ମନେ ପଡିଯାଅ,
ରଜନୀଗନ୍ଧାର
ମହୁଲି ମହକେ
ତୁମେ ମନେ ପଡିଯାଅ,
ଏମିତି କେଉଁଠି
ସ୍ଥାନଟେ ପାଇନି
ଯେଉଁଠି ତୁମେ ନ ଥାଅ।

