STORYMIRROR

premalata sahoo

Romance

3  

premalata sahoo

Romance

କେତେ ଦିନ ଆଉ

କେତେ ଦିନ ଆଉ

1 min
197


କେତେ ଦିନ ଆଉ ଭଲ ପାଇବାର

ପରୀକ୍ଷା ମୋ ନେଉ ଥିବ,

କେତେ ଦିନ ଆଉ ଯନ୍ତ୍ରଣା ନିଆଁରେ 

ଛଟପଟ କରେଇବ।।


କେତେ ଦିନ ଆଉ ଦୀପ ମୁଁ ଜାଳିବି

ମନ୍ଦିର ବେଢ଼ାରେ ଯାଇ,

କେତେ ଦିନ ଆଉ ରାତିରେ ଶୋଇବି

ତୁମ ଫଟୋ ଚାହିଁ ଚାହିଁ।।


କେତେ ଦିନ ଆଉ ଭାବି ହେଉ ଥିବି

ତୁମରି କଥାକୁ ମନେ,

କେତେ ଦିନ ଆଉ ତୁମ ପ୍ରତି ଛବି

ଦେଖୁଥିବି ମୋ ସପନେ।।


କେତେ ଦିନ ଆଉ ବାପା ବୋଉଙ୍କଠୁ

ଗାଳି, ମନ୍ଦ ଶୁଣୁଥିବି,

କେତେ ଦିନ ଆଉ ତୁମରି ପଥକୁ

ଚାହିଁ ଚାହିଁ ବସି ଥିବି।।


କେତେ ଦିନ ଆଉ ଜାଗର ଜାଳିବି

ତୁମକୁ ପାଇବା ପାଇଁ,

କେତେ ଦିନ ଆଉ ଖୁସି ହେଉ ଥିବି

ତୁମ ସ୍ଵପ୍ନ ମନେ ନେଇ।।


କେତେ ଦିନ ଆଉ ଗୁମୁରି ବସିବି

ମନକୁ ମୋହରି ମାରି,

କେତେ ଦିନ ଆଉ ତୁମ କଥା ଭାବି

ମନେ ହେଉ ଥିବି ଘାରି।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance