STORYMIRROR

premalata sahoo

Comedy

3  

premalata sahoo

Comedy

ଦେଇ ର ଦିଅର part-5

ଦେଇ ର ଦିଅର part-5

1 min
154


ଦେଇ ତୋ ଦିଅର ଏଡେ ଠକ ବୋଲି

ଜାଣି ମୁଁ ନଥିଲି କେବେ,

ଅତଳ ଜଳରେ ଭାସି ଗଲି ଦେଇ

ବିଭା ହେଲି ତାକୁ ଯେବେ।।


ମିଠା ମିଠା ତାର କଥା ଦି ପଦରେ

ଫସିଗଲି ଯୋଉ ଦିନ,

ବୁଡିଲା ମୋ ଭେଳା ଉଡ଼ିଲା ହୋସ୍

ଭାଙ୍ଗି ଗଲା ମୋର ମନ।।


ମଦୁଆ ଗଞ୍ଜଡ ଗୋଟା ପଣେ ବୋଲି

ଜାଣି ମୁଁ ନଥିଲି ଦେଇ,

ତା ପ୍ରେମରେ ପାଗଳୀନି ସାଜିଗଲି

ପ୍ରେମ ପାଲେ ଫସି ଯାଇ।।


ଅଧ ରାତିଟାରେ ମଦ ପିଇ କରି

ଫେରୁଛି ଘରକୁ ନିଇତି,

ପୁରୁଣା ପ୍ରେମିକା ଫୋଟକୁ ଏବେ ବି

ରଖିଛିଲୋ ଦେଇ ସାଇତି।।


ରାତିରେ ଶୋଉନି ପାଖରେ ମୋହର

ସଉପ ତକିଆକୁ ନେଇ,

ତଳେ ପାରି କରି ଏକୁଟିଆ ଶୁଏ

ମୁଁ ରହିଥାଏ ତାକୁ ଚାହିଁ।।


ଭଲ ପାଉନି ଲୋ ଦେଇ ମତେ ଆଉ

ପାଏ ଆଉ କୋଉ ଝିଅକୁ,

ବିଭା ହେବା ଆଗୁ ସୁରଟରେ ସିଏ

ଭଲ ପାଇଥିଲା କାହାକୁ।।


ସକାଳୁ ଉଠି କି ଭାଟି କି ଯାଉଛି

 ଆସେ ମଦ ପିଇ କରି ,

ବାଡ଼ା ମାରା କରେ ଯାଉଣୁ ଆସୁଣୁ

ହେଲିଣି ଲୋ କେତେ ସରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy