STORYMIRROR

premalata sahoo

Drama

3  

premalata sahoo

Drama

ଅଦିନେ ବହୁଛି ଝଡ଼

ଅଦିନେ ବହୁଛି ଝଡ଼

1 min
242


କଥା ଦେଇ ସାଥୀ କେମିତି ଭୁଲିଲ

କରିଦେଲ ମତେ ପର,

ଅଧା ବାଟଟାରେ ଛାଡି ଦେଇ ମୋତେ

ଗଢିଲ ତୁମର ଘର।।

ପ୍ରେମର ମନ୍ଦିର ଭାଙ୍ଗି ଦେଇଗଲ

କାଚର ଆଇନା ପରି,

ବିରହ ଜ୍ଵାଳାରେ ପ୍ରତିକ୍ଷଣ ଝୁରେ

ଜିଉଁଛି ମୁଁ ମରି ମରି।।

ଶଙ୍ଖା ସିନ୍ଦୂରରେ ସଜେଇଲ ତୁମେ

ଆଉ କେଉଁ ଝିଅଟିକୁ,

ସାତ ଜନମକୁ ସାଥୀ ହେବ ବୋଲି

ସାକ୍ଷୀ ରଖିଲ ହୋମ ଅଗ୍ନିକୁ।।

କୁହ ପ୍ରିୟ ମତେ କେଉଁ ଦୋଷେ ଏତେ

ଦଣ୍ଡ ଦେଲ ଏତେ ବଡ଼,

ନିର୍ମଳ ସ୍ୱଚ୍ଛଳ ଆକାଶରେ ଆଜି

ଅଦିନେ ବହୁଛି ଝଡ଼।।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama