ଅଦିନେ ବହୁଛି ଝଡ଼
ଅଦିନେ ବହୁଛି ଝଡ଼
କଥା ଦେଇ ସାଥୀ କେମିତି ଭୁଲିଲ
କରିଦେଲ ମତେ ପର,
ଅଧା ବାଟଟାରେ ଛାଡି ଦେଇ ମୋତେ
ଗଢିଲ ତୁମର ଘର।।
ପ୍ରେମର ମନ୍ଦିର ଭାଙ୍ଗି ଦେଇଗଲ
କାଚର ଆଇନା ପରି,
ବିରହ ଜ୍ଵାଳାରେ ପ୍ରତିକ୍ଷଣ ଝୁରେ
ଜିଉଁଛି ମୁଁ ମରି ମରି।।
ଶଙ୍ଖା ସିନ୍ଦୂରରେ ସଜେଇଲ ତୁମେ
ଆଉ କେଉଁ ଝିଅଟିକୁ,
ସାତ ଜନମକୁ ସାଥୀ ହେବ ବୋଲି
ସାକ୍ଷୀ ରଖିଲ ହୋମ ଅଗ୍ନିକୁ।।
କୁହ ପ୍ରିୟ ମତେ କେଉଁ ଦୋଷେ ଏତେ
ଦଣ୍ଡ ଦେଲ ଏତେ ବଡ଼,
ନିର୍ମଳ ସ୍ୱଚ୍ଛଳ ଆକାଶରେ ଆଜି
ଅଦିନେ ବହୁଛି ଝଡ଼।।।