Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Others Children

3  

ବି. ନିରୁପମା

Drama Others Children

ଦେଖୁଥା ଦୂରେ ଥାଇ

ଦେଖୁଥା ଦୂରେ ଥାଇ

1 min
183



ଆ ଆରେ ସାନୁ ଜଲଦି ଆ ଆ,

ଗୁହାଳେ ଥାଇ ଡାକୁଛି ମାଆ -

କରନା ଆଉ ଡେରି;

ରଙ୍ଗି ଗାଈ ତ ଦେଇଛି ଛୁଆ,

ସଳଖି ସିଏ ହେଲାଣି ଠିଆ ।

ଚାଲୁଛି ଥିରିଥିରି ।


ବାଛୁରୀକୁ ସେ ଦେଉଛି ଚାଟି,

କ୍ଷୀର ଖୋଉଛି ମମତା ବାଣ୍ଟି ।

ଛାଡ଼ୁନି ଦଣ୍ଡେ କାହିଁ;

ବାଛୁରୀ ଗଲେ ଦୂରକୁ ଚାଲି ,

ହୁଁ ,ହୁଁ ସେ କରୁଛି ଖାଲି ।

ପାଖେ ପାଇବା ପାଇଁ ।


ଦେଖୁଥା ଖାଲି ଚୁଉପ କରି,

ଯାଆନା ଜମା ବାଛୁରୀ ଧରି ।

ହୁରୁଡ଼ି ଯିବ ଗାଈ;

ବିଗିଡ଼ି ଗଲେ ଦେବନି କ୍ଷୀର,

ଆମକୁ ସିଏ ଭାବିବ ପର ।

ଦେଖୁଥା ଦୂରେ ଥାଇ ।


ଦିନେ ଦି ଦିନ ଗଲାଠୁ ବିତି,

ବାଛୁରୀ ସଙ୍ଗେ ଖେଳିବା ନିତି ।

ଗାଈକୁ ଦେବା ଘାସ;

ଅରଣା ଆଉ ହେବନି ଗାଈ,

ଗୋଡ଼େଇବନି ମାରିବା ପାଇଁ ।

ଦେବ ସିଏ ଗୋରସ ।

    


Rate this content
Log in

Similar oriya poem from Drama