STORYMIRROR

BULU BEHERA

Drama Others

3  

BULU BEHERA

Drama Others

ସୀତା ନୁହେଁ କଳୁଷିତା

ସୀତା ନୁହେଁ କଳୁଷିତା

1 min
180


ପ୍ରଥମେ  ସେ  ହେଲେ

"ମିଥିଲାର  ରାଜନନ୍ଦିନୀ,"

ରାଜନନ୍ଦିନୀରୁ  ହେଲେରାମଙ୍କ  

"ପ୍ରାଣ ସଙ୍ଗିନୀ,"

ପୁଣି ପ୍ରାଣ ସଙ୍ଗିନୀରୁ  

ହେଲେ ସେ  "ବନବାସିନୀ "

ବନବାସିନୀରୁ  ସାଜିଲେ

" ରାବଣର  ବନ୍ଦିନୀ "

ରାବଣର  ବନ୍ଦିନୀରୁ

"ଅଯୋଧ୍ୟାର  ମହାରାଣୀ "

ମହାରାଣୀରୁ  ଶୁଣିଲେ

"ମିଥ୍ୟା କଳଙ୍କିନୀ "

କଳଙ୍କିନୀରୁ  ବନିଗଲେ

ଆଶ୍ରମେ   " ତପସ୍ୱିନୀ "

ତାପସ୍ୱିନୀରୁ  ହୋଇଗଲେ

"ଆଦର୍ଶ  ଜନନୀ "

ପୁଣି ଆଦର୍ଶ  ଜନନୀରୁ

ହେଲେ "ପାତାଳଗାମିନୀ "

ସାଧୁମାନଙ୍କ  ପାଇଁ  ସିଏ

ହୋଇଥିଲେ  ଯୋଗିନୀ ତ '

ଅସାଧୁଙ୍କ  ନିମନ୍ତେ

ହୋଇଗଲେ  "ଦାମିନୀ "

ନାରୀ ନୁହେଁ  ସେ

ମାଆ  "ନାରାୟଣୀ '

ସଂସାରର  ସିଏ

ହେଲେ  ସୃଷ୍ଟି କାରିଣୀ

ଦେଇଛନ୍ତି  ଏହି  ମତ

ଯେତେ ନlନା ମୁନି l

ସୀତା ନୁହେଁ  କଳୁଷିତା

ଅଟେ  କଳଙ୍କିନୀ,

ଅଳପ  ଯିଏ  ଜାଣି

ହୂଏ  ବହୁ  ବଖାଣି,

ସରଫରି  ଯେସନେ

ଗଣ୍ଡୁଷେ  ପାଣି,

ଯାହାକୁ ଯେପରି  ଦିଶେ

କହିଥାନ୍ତି  କେତେ ବାଣୀ ,

ସୀତା  ପରି  ପତିବ୍ରତା

ରାମାୟଣ  ପଢିଲେ 

ପାରିବ  ସବୁ   ଜାଣି  l





Rate this content
Log in

Similar oriya poem from Drama