STORYMIRROR

Sunanda Mohanty

Drama Action

3  

Sunanda Mohanty

Drama Action

ପାର୍ବଣର ଅନୁଚିନ୍ତା

ପାର୍ବଣର ଅନୁଚିନ୍ତା

1 min
221


ମରତରେ ଆସି ଶରତ 

ପୁଜନ୍ତି ସର୍ବେ ସୋମନାଥବ୍ରତ 

ଖୁଦୁରୁକୁଣୀ ସହିତ 

ଷଷ୍ଠୀଓଷା ପୂଜା ଘରେ ଘରେ ସେତ 

ପଡେ ହୁଳହୁଳି ସଞ୍ଜ ଆଳତୀ ଘୃତ 

ପଞ୍ଚାମୃତ ସେତ ମର୍ତ୍ତ୍ୟ ଅମୃତ 

ପଧାରିଛନ୍ତି ଦେବାଦେବୀ ମାତ 

ଆନନ୍ଦରେ ମନ ନାଚି ଯାଏତ 

କାଶତଣ୍ଡି ମୁଣ୍ଡ ହଲାଇ ହଲାଇ 

କହେ ହୁଅନାହିଁ, ଖୁସି ବହୁତ, 

ବରଷା କରେ ହଟହଟା ସେତ 

ଶରତ ହେମନ୍ତ କି ବସିଲେ ମିତ 

ବରଷା ଭିତରେ ସର୍ବେ ସମାଦୃତ 

ଝିପି ଝିପି ପୁଣି ଟୋପି ଟୋପି ଅମୃତ 

ଚାଷୀଭାଈ ସୁଖ ପାଏ ବହୁତ 

ହିସାବ କରେ ଏସନ ହବ ଫସଲ ବହୁତ 

ଆ ସାଙ୍ଗ ଆ ପରମ୍ପରାର ରଖି ମାନମହତ 

ଗାଇବା ନାଚିବା ଦିନ ଆଣିଛି ଖୁସି ଅନ୍ତତଃ

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଗଲେ ଗୋପପୁର 

ହୋଇ ନନ୍ଦ ଯଶୋଦା ସୁତ 

ପର୍ବ ପାଳୁ ବରଷକେ ଥରେ ଥରେତ 

ଗଣେଷ ଚତୁର୍ଥୀ ଅସମାହିତ 

ପ୍ରସ୍ଥାନ ଉପସ୍ଥାନ ନେଇ ମର୍ମାହତ 

ନୂଆଖାଇ ଜୁହାର ହେଲା ବହୁତ 

ଚାଲ ଦେଖିବା ବଡ଼ଦେଉଳରେ 

କାଳିଆ କରୁଛି କି ମନ୍ତ୍ରଣା ଗୁପ୍ତ 

ସର୍ବେ ହୋଇ ଜାଗ୍ରତ 

ଡାକିବା ସୋମନାଥ ଦିଅ ଆର୍ଶୀବାଦ ହସ୍ତ 

ଗଣେଶଙ୍କୁ ମାଗି ବୁଦ୍ଧି ବିଦ୍ୟା ପର୍ଯ୍ୟାପ୍ତ 

ଅନୁନୟ କରିବା ରଖ ଜଗନ୍ନାଥ ।


Rate this content
Log in

Similar oriya poem from Drama