STORYMIRROR

Priyadarsini panda

Drama Tragedy Others

3  

Priyadarsini panda

Drama Tragedy Others

ଚାଲ ଚରିତ୍ର ବଦଳେଇ ଦେଖିବା

ଚାଲ ଚରିତ୍ର ବଦଳେଇ ଦେଖିବା

1 min
274

ଚାଲ ଏମିତି ଏକ ଜୀବନ୍ତ, 

ଅଭିନୟ କରିବା 

ପରଦା ପଛର କାହାଣୀ, 

ମଞ୍ଚସ୍ଥ କରିବା l

ତୁମେ ମୁଖ୍ୟ ନାୟିକା ପରି ଜଳିବ  

ମୁଁ ନାୟକ ସାଜିବି ତୁମ ପରି l 

ଏଥର ମୋ ଜିମାରେ ଥିବ  

ତୁମ ତୀକ୍ଷ୍ଣ ସଂଳାପର ଧାଡି

ବରଦାସ୍ତ କରିବ ତୁମେ ଠିକ୍ ମୋ ଭଳି l

ମୁଁ ସାଜି ଥିବି ମଧୁରାତି ପରଦେଶର 

ତୁମେ ବସିଥିବ ଫୁଲ ଶେଯ ସଜାଡି l

ମୁଁ ଯାଯାବର ମଧୁକର ସାଜିବି 

ତୁମେ ଯିବ ମଉଳି ଝୁରି ଝୁରି l

ମୁଁ ସାଜିବି ଦାମିକା ତାରକା

ତୁମେ ଧାଡି ବାନ୍ଧିଥିବ ଦର୍ଶକ ପରି l

ଚାଲ ବାସ୍ତବତା ଅନୁଭବ କରିବା  

କିଛି ସମୟ ପାଇଁ ଆମେ ଚରିତ୍ର ବଦଳେଇ ଦେଖିବା l 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama