STORYMIRROR

Priyadarsini panda

Tragedy Inspirational

3  

Priyadarsini panda

Tragedy Inspirational

କାନ୍ଦୁଛି ଜନ୍ମଭୂମି

କାନ୍ଦୁଛି ଜନ୍ମଭୂମି

1 min
207


ବାଃ କି ସୁନ୍ଦର ଏହି ମୋ ଦେଶ 

ଏଠି ରାକ୍ଷସ ବି ସାଜେ ମହାପୁରୁଷ 

ଘୃଣ୍ୟ ଲାଗେ ନିଜ ମଣିଷପଣ 

ଧିକ ଆମ ସ୍ୱାଧୀନତା ଜୀବନ


ନାରୀ ସର୍ବଶ୍ରେଷ୍ଠ ଗାନ ବୃଥା ଖାଲି 

ବାସ୍ତବରେ ତାକୁ ପଚାରେ କିଏ 

ଚିତ୍କାର କରେ ସେ ନ୍ୟାୟ ଟିକେ ପାଇଁ 

ବଧିର ତା ଡାକ ଶୁଣୁଛି କିଏ 


ଗୋଡ଼ ହାତ ବାନ୍ଧି ମନ ଇଚ୍ଛା ଲୁଟି 

ଦେହର ସଉକ ପୂରଣ କରି 

ସତ୍ୟରେ ପରଦା ଢାଙ୍କିବାକୁ ଯାଇ 

ଜିଅନ୍ତା ଜାଳିଲ ରାକ୍ଷସ ପରି 


କଣ ଭୁଲ୍ ଥିଲା ତାର ନାରୀ ଜନ୍ମ ପାଇ

ନା ତମ ପରି ପାପି ଜନମ ଦେଇ 

ଯାହା କୋଳେ ରହି ଦୁନିଆ ଦେଖିଛ 

ସେ ଜାତି କୁ ଆଜି ଦେଲ ଜଳେଇ


କିଛି ଲାଭ ନାହିଁ ଏ ସ୍ୱାଧୀନ ଦେଶର 

ଯଦି ସୁରକ୍ଷିତ ନାହିଁ ଦେଶରେ ମାଆ  

ଖାଲି ଦସ୍ତାବିଜ ଧରି ଯୋଜନା ଲେଖିଲେ 

ଫଳପ୍ରଦ କିବା ହେଇପାରିବ ତାହା 


ଯେତେ ଶାସ୍ତି ଯେତେ ଦଣ୍ଡ ମିଳିଲେବି 

ବୁଝିବନି ତାର କୋହ  

ଥରେ ପଚାରି ବୁଝ ସେ ବୁଢ଼ା ବାପା ପାଇଁ 

କେତେ ଅମୁଲ୍ୟ ଥିଲା ତା ଝିଅ 


କାହିଁକି ଚାଲିଛି ଏ ଘୃଣ୍ୟ କର୍ମ ଏଠି 

ବାରମ୍ବାର ଦୋହରାଇ 

କେମିତି ସାହସ ପାଉଛି ସେ ପାପି 

ଗୋଟେ ଜୀବନ ମାରିବା ପାଇଁ


ଆଜି କାନ୍ଦୁଛି ଜନନୀ ଜନ୍ମଭୂମି ପୁଣି 

କ୍ଷତାକ୍ତରେ ଭରା ତାର ଶରୀର 

ଲହୁ ଲୁହ ଭିଜା ମାଟି ଆଜି କହେ  

ପୁଣି ଲିଭିଗଲା ଗୋଟେ ଦୀପ କାହାର


ନିଜେ ଭାଳି ହୁଏ କାହିଁକି ଆଣିଲି 

ଏ ରାକ୍ଷସ ମାନଙ୍କୁ ଧରା ପୃଷ୍ଟକୁ

ଯେଉଁଠୁ ଆସିଲେ ତାକୁ ହିଁ ଦଂଶିଲେ 

ହାଏରେ ଧିକ ତୋ ପୁରୁଷତ୍ବକୁ


କେମିତି ଶାନ୍ତିରେ ମାଆ ଶୋଇବ  

କେମିତି ନିର୍ଦ୍ୱନ୍ଦେ ଭଗ୍ନୀ ରହିବ  

କେମିତି ରାସ୍ତାରେ ଚାଲିବ କନ୍ୟା 

କେମିତି ସ୍ବଧୀନେ ନାରୀ ବଞ୍ଚିବ


ନିଜେ ଆଜି ମଣେ ଅସୁରକ୍ଷିତ ସେ 

ଜିଇଁବା ତା ପାଇଁ ଯୁଦ୍ଧ ସାଜିଛି  

ଧର ହସ୍ତେ କେହି ସୁଦର୍ଶନ ଥରେ 

ଆଜି ଲକ୍ଷେ ଦ୍ରୌପଦୀଙ୍କ ବାଜି ଲାଗୁଛି ।

  


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy