STORYMIRROR

Priyadarsini panda

Classics Inspirational Children

2  

Priyadarsini panda

Classics Inspirational Children

ମୋ ସାର୍

ମୋ ସାର୍

1 min
139


ଅନ୍ଧାର ପଥରୁ ଉଜ୍ୱଳ ଦୁନିଆଁ ଦେଖିଛି ମୁଁ ତାଙ୍କ ଆଖିରେ 

ମାତା ପିତା ପରି ସ୍ନେହ ଶ୍ରଦ୍ଧା ଥାଏ ଆକଟପଣ ର ଭିତରେ

ଅଜ୍ଞାନ ଅବୋଧ ଅଚିନ୍ହା ସହରେ ସେଇ ଏକା ଜ୍ଞାନ ଗୁରୁ 

 ଭୂମିକା ତାଙ୍କର ବୋହୁ ଉଚତ୍ତର ମୋ ଜୀବନ କାହାଣୀରୁ 

ପ୍ରେରଣା ଉତ୍ସାହ ଉଦ୍ଦୀପନା ଶିକ୍ଷା ସବୁର ସେ ପ୍ରତିମୂର୍ତ୍ତି 

ନିଜ ହାତେ ସିଏ ଗଢି ତୋଳିଛନ୍ତି ଅକ୍ଷୟ ଜଗତେ କୀର୍ତ୍ତି 

ଶିଖେଇଛନ୍ତି ସେ ପରୋପକାରୀ ସହିଷ୍ଣୁତା ଭାବ ସଦା 

ମଣିଷପଣିଆ ଦରଦୀ ହୃଦୟ ରଖିବାକୁ ସଦା ସର୍ବଦା

ପୁସ୍ତକ କଲମ ନୁହେଁ ଖାଲି ଶିକ୍ଷା ଭ୍ରାନ୍ତରେ ରହିବ ନାହିଁ 

ଦୁନିଆରେ ଜଣେ ଭଲ ମଣିଷ ହିଁ ଜ୍ଞାନୀରେ ଗଣା ହୁଅଇ  

କ୍ଷମତା ନାହିଁ ମୋ ତାଙ୍କ ଉପକାର କଲମେ ଲେଖିବା ପାଇଁ 

ଏତିକି କହିବି ତାଙ୍କ ପାଦତଳେ ଋଣୀ ମୁଁ ଆଜୀବନ ପାଇଁ 

ଯିଏ ଯେତେ ଉଚ୍ଚ ପଦବୀରେ ଥାଉ ତାଙ୍କ ଆଗେ ସବୁ ବୃଥା 

ଆଜିବି କ୍ଷଣିକେ ହେଇଗଲେ ଭେଟ ନଇଁ ଯାଏ ଆପେ ମଥା ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics