STORYMIRROR

Priyadarsini panda

Drama Romance Tragedy

4  

Priyadarsini panda

Drama Romance Tragedy

ତା'କଥା ଆଜି ବେଶୀ ମନେ ପଡୁଛି

ତା'କଥା ଆଜି ବେଶୀ ମନେ ପଡୁଛି

1 min
225

ଆଜି ବୋଧେ ପୁଣି ତା'ସହରରେ ବର୍ଷା ଆସିଛି!

ମିଶି ଭିଜିବା ପାଇଁ ତାକୁ ବୋଧେ କିଏ ଡାକିଛି!

ଧୀରେ ଝରକାର ପରଦା ଢାଙ୍କି 

ବୋଧେ ଆଜି ପୁଣି କିଏ ତାର ମଥା ଚୁମିଛି!  

ଆଜି ତା'କଥା ମୋର ବେଶୀ ମନେ ପଡୁଛି l 

ବୋଧେ ଅଜାଣତେ ସେ ଷ୍ଟୋର୍ ରୁମ୍ ଖୋଲିଛି 

ମୋ ପୁରୁଣା ଚିଠିରେ ଦୁଇଟୋପା ଲୁହ ଢାଳିଛି 

ବୋଧେ ମୁଁ ଦେଇଥିବା ପାଉଁଜିର ଶବ୍ଦ ତାକୁ 

ବିବ୍ରତ କରୁଛି 

ପାଦରୁ ଖୋଲି ବୋଧେ ଫିଙ୍ଗିଛି!

ଆଜି ତା' କଥା ମୋର ବେଶୀ ମନେ ପଡୁଛି l

ବୋଧେ ମୋ କଥା କାହା ଆଗେ କହୁଛି 

ବନ୍ଦ୍ ଘରେ ଘଟିଥିବା ସ୍ମୃତିକୁ, 

ଦୁନିଆ ଆଗରେ ଆଣୁଛି 

ବୋଧେ ନିଜକୁ ଉଜ୍ବଳ ବଖାଣି 

ମତେ ପ୍ରତାରକ ସଜେଇ ଦଉଛି!

ଆଜି ତା କଥା ବେଶୀ ମନେ ପଡୁଛି l

ବୋଧେ ଘରେ ଆଜି ସେ ଏକା ଅଛି!

ସମୟ ବିତେଇବାକୁ କାହାକୁ ଖୋଜୁଛି 

ବୋଧେ ଫୋନ୍ ର ଘଣ୍ଟି ନିରବ ରହିଛି 

କିମ୍ବା କଥା ଦେଇ କିଏ ଠକି ଦେଇଛି!

ଆଜି ତା କଥା ବେଶୀ ମନେ ପଡୁଛି l

ବୋଧେ ଆଉ କାହା ସ୍ବପ୍ନ ଦେଖିଛି!

ଆଉ କାହା ସହ ରାତି କାଟିଛି!

ମତେ ଖଳନାୟକ ସଜେଇ 

ଆଉ କାହାକୁ ନାୟକ କରୁଛି 

ବୋଧେ ହୃଦୟ-ବିବେକ ମଝିରେ, 

ମନ ତା ମଉଳି ଯାଉଛି 

ବୋଧେ ଆଉ କାହା ହାତ ଛୁଆଁରେ 

ମୋ ସ୍ପର୍ଶ ଅନୁଭବ କରୁଛି 

ସେଥିପାଇଁ ବୋଧେ ଆଜି ତା କଥା ବେଶୀ ମନେ ପଡୁଛି! 

 

 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama