STORYMIRROR

Priyadarsini panda

Tragedy Inspirational Others

3  

Priyadarsini panda

Tragedy Inspirational Others

ସ୍ମୃତି

ସ୍ମୃତି

1 min
355

ସ୍ମୃତି କେବେ ଧାରା ଶ୍ରାବଣ ରେ ଜଳାଏ ବିରହେ ଛାତି  

ସ୍ମୃତି କେବେ ଝାଞ୍ଜି ଖରାବେଳେ ଦିଏ ମଳୟର ପ୍ରୀତି ll

ସ୍ମୃତି କେବେ ଅଧ ରାତିରେ ସ୍ବପ୍ନ ସାଙ୍ଗେ ମିଳାମିଶା 

ସ୍ମୃତି କେବେ ଅଜଣା ଅଚିହ୍ନା ଆଶା ll

ସ୍ମୃତି କେବେ ପିଲା ଦିନ ଧୂଳି ଖେଳ 

ସ୍ମୃତି କେବେ ନିଃସଙ୍ଗର କୋଳାହଳ ll

ସ୍ମୃତି କେବେ ନଈ କୂଳେ ବାଲିଘର 

ସ୍ମୃତି କେବେ ବତୀଘର ଅନ୍ଧକାର ll 

ସ୍ମୃତି କେବେ କଳା ସିଲଟର ଛକି ଶୂନ 

ସ୍ମୃତି କେବେ କିଶୋର ଅବୁଝା ମନ ll

ସ୍ମୃତି କେବେ ସାଇତା ପୁରୁଣା ଚିଠି 

ସ୍ମୃତି କେବେ ପରଦେଶୀ ଦୂର ସାଥି ll

ସ୍ମୃତି କେବେ ନୂଆ ନୂଆ ସଜ ବାଜ 

ସ୍ମୃତି କେବେ କୁଆଁରୀ ଓଠର ଲାଜ ll

ସ୍ମୃତି କେବେ ଅଶାନ୍ତ ସାଗର ଢେଉ 

ସ୍ମୃତି କେବେ ଦୁଃଖ ସୁଖ ମିଶା ମହୁ ll

ସ୍ମୃତି କେବେ ଜେଜେ ବାପା ଆଶାବାଡ଼ି 

ସ୍ମୃତି କେବେ ବୋଉର ପୁରୁଣା ଶାଢ଼ୀ ll

ସ୍ମୃତି କେବେ ବାପାଙ୍କର ନାଲି ଆଖି 

ସ୍ମୃତି କେବେ ଅଝଟ ଅବୁଝା ପକ୍ଷୀ ll

ସ୍ମୃତି କେବେ ଶୁଖିଲା ଗୋଲାପ କଢି  

ସ୍ମୃତି କେବେ ଅଲେଖା କବିତା ଧାଡି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy