STORYMIRROR

Lalit kumar Swain

Drama Romance Tragedy

3  

Lalit kumar Swain

Drama Romance Tragedy

କିପରି ବଢ଼ିଲା ଦୂରତା

କିପରି ବଢ଼ିଲା ଦୂରତା

1 min
212

କିପରି ବଢ଼ିଲା ଦୂରତା

ସାଗର ପ୍ରସ୍ତୁତ କରିଚାଲେ ମହାଦେଶ

ଏହା ହିଁ ସତ୍ୟ

କେହି କେବେ ଦେଖିନାହିଁ , କେବେ ଓ କେମିତି

ଧୀରେ, ଧୀରେ ଅତି ଧୀରେ ଗଢ଼ି ଚାଲିଛି

ତୋଳି ଚାଲିଛି ମାନବ ସମାଜର ସବୁଜିମା।

ଚିର କାଳ ପାଇଁ କଥା ଦେଇ ଠିକ ସେହି ପରି

ତମେ ସେଠି ଅଛ , ଥିଲ ଆଦ୍ୟ ରୁ ଯେଉଁଠି

ପରିବର୍ତ୍ତନ ନାହିଁ ମୁଁ ନିଶ୍ଚଳ, ନିର୍ବିକାରେ ରହିଛି ସେଇଠି।

ସ୍ନେହ ,ଯତ୍ନ, ଆଦର ,ବୃଦ୍ଧି ପାଇଛି ଅହେତୁକ

ବୟସର ବୃଦ୍ଧି ସହ ସବୁ ବଢି ଚାଲିଛି ଏକ

ବୟସର ଅପରାହ୍ନ ଆସି ହେଲା ଉପଗତ

ତର୍ଜମାର ନାହିଁ ଆବଶ୍ୟକ,

ଲୋଡନାହିଁ ଖଟେଇବା ବୁଦ୍ଧି ଓ ବିବେକ।

ବଢିଗଲା ଭଲ ପାଇବାର ଏ ଅସମ୍ଭବ ଦୂରତ୍ୱ

ଜଣା ପଡ଼ିଲାଣି, କି ପଡୁ ବି ନାହିଁ ଏ ପାର୍ଥକ୍ୟ

ଆରମ୍ଭ କୁ ଆଜିର ତୁଳନାରେ ପ୍ରତୀୟମାନ

ସବୁ ଥିଲା ,କେମିତି ହୋଇଗଲା ହୀନିମାନ।

ଅଳ୍ପ ଅଳ୍ପ ମାନ ଅଭିମାନ ଚାପି ଚାପି ମନେ

ଜଣେ ଆରେକ ଖୁସିରେ ସମର୍ପି ନିଜ ସ୍ଥାନେ

ଠିକ ଅଛେ, ଆଗଭଳି, ନିଶ୍ଚଳ ନିରବ

ବ୍ୟବଧାନ ବଢିଯିବା କିପରି ସମ୍ବବ।

ସାଗର ଭଳି ଏହି ଧୀର ପରିବର୍ତ୍ତନ ର ଧାରା

ନିଶ୍ଚୟ ଶୁଭଙ୍କର ନିଜ ସମର୍ପଣ ର ଅସରା

ନିଜ ପାଇଁ ନହେଲେ, ଅନ୍ୟର ମଙ୍ଗଳ ନିଶ୍ଚୟ

ଆମ ଦୁରତାର ବନ୍ଧ, ନ ଯାଉ କେବେ ବ୍ୟର୍ଥ।


Rate this content
Log in

Similar oriya poem from Drama