STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ହୋଲି

ହୋଲି

1 min
207


ହୋଲି ଆସି ଗଲା ଚାଲି

ସାତରଙ୍ଗ ସବୁଜ ନେଳି ନାଲି

ହାତରୁ ଛାଡୁନି ବୋଲି ହସ ନହୁଲି 

ବସନ୍ତ ଋତୁ ର ଅଭିମାନ l

କୋଇଲି କୁହୁ ରେ ସ୍ୱାଭିମାନ

ବାଇ ଚଢେଇର କିଯାଏ

ବସା ରେ ଝୁଲି, ହସେ ମଖମଲ୍ଲୀ 

ଚାହୁଁଛି ଅଳପ ବୁଲି କହୁଛି l

ଆସିବ କାଲି,ପୋଖରୀ ନାଲି

ସୁରୁଜ ମୁରୁଜ ବୁଣନ୍ତି ନାଲି

ସାତରଙ୍ଗୀ ପଣତ ବଡ ଦେଉଳ

 ନେତ ହଲି ଦୋହଲି l

କହେ ଆ ହୋଲି ଯାଆନା ଚାଲି

ଆଜି, ଗତ ଆଉ ଆସନ୍ତା କାଲି

ରାଗ ରୋଷ ଅଭିମାନ ସ୍ୱାର୍ଥ ଭୁଲି

ରଙ୍ଗ ନାଇ ରଙ୍ଗ ଦେଇ l

ଖେଳନ୍ତେ ହୋଲି, ମୁକୁତା ଝରେ ଖାଲି 

ରାଧା ସଙ୍ଗେ କୃଷ୍ଣ ଦୋଳାରେ ଝୁଲି

ଫଗୁର ଫଗୁଣ ଥାଉ ସବୁଦିନ

ନାମଟି ବାସ ପରସ ହୋଲି

ଶରତ ଆସନ୍ତେ ଯିବୁନି ଚାଲି l

ନଇ ସମୁଦ୍ର ଝରଣା ପୋଖରୀ

ଉତୁରି ବତୁରି ଉଠେ ଫୁଲି

ସାତରଙ୍ଗ ବୋଳି ନିଜ ଦେହେ

ସୁରୁଜ ବୁଣନ୍ତି ତା ଦେହେ ଖାଲି

ରଙ୍ଗ କୁହୁକରେ ଦିଶଇ ନାଲି l


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract