ଲିଭା ଦୀପ
ଲିଭା ଦୀପ
ଦୀପ ରୁ ସଳିତା ବା ତେଲ
ନିଶ୍ଚୟ ସରିବା ଆଗରୁ ଦପ ଦପ ହେବ
ସେଇଟା ଲିଭିବାର ସୂଚନା ବୋଲି
ପୋଖତ ମଣିଷ କହି ହିଁ ପାରିବ
କିଏ ଭାବୁଥିବ ଯାଉ ଲିଭୁ
ପୁଣି ସ୍ମୃତି ଫରୁଆରେ ମୋତି ମାଣିକ
କାଇଁଚ କଉଡ଼ି ଖେଳ ଦୃଶ୍ୟ
ଶଙ୍ଖ ଚକ୍ର ଗଦା ପଦ୍ମ ଅଦୃଶ୍ୟ
ସବୁ ଖେଳ ବି ଶେଷ
ନାଟକରେ ଯବନିକା
ହୁତ ହୁତ ନିଆଁ ଧୂଆଁ କୁହେଳିକା
ଓଁ ଶାନ୍ତି ପ୍ରହେଳିକା
ତଳ ବରଡ଼ା ଖସିଗଲା
ଉପର ବରଡ଼ା ହସିଦେଲା
ମଝି ବରଡ଼ା ଥାଇ କହେ
ମୋ ବେଳ କାଳ ଆସିଗଲା
ପ୍ରଥା ଵିଧି ଅନ୍ତେଷ୍ଟି ମଧ୍ୟରେ ଭାବ ଓ ଦିରୁକ୍ତି
ଆବଶ୍ୟମ୍ଭାଵୀ ମନେହେବ
କିଏ କହିବ ଆସନ୍ତା କାଲି
କିଏ କହିବ ଏଇନେ ବୋଲି
ଯାହା ଭାଗ୍ୟ ବିଧାତା କପାଳ ଲିଖନ
କେବେ ହେବ ନାହିଁ ଆନ
ବୟସ୍କ ପରିପକ୍ଵ କ୍ଳେଶ ଅଭାବ
ପରପିଢ଼ି ସବୁ ବୁଝିଯିବ
କର୍ମ ତୋହର ନିଜ ଗୁରୁ
ଉଦ୍ଧବ କେତେ ମାତ୍ରକ ପଚାରୁ ଭାବୁଥିବ
ତୁ ମୁଁ ସେ ସେମାନେ ଆମ୍ଭର
ରାଗ ରୋଷ ଅହଂକାର ରକ୍ତଗତ
ପ୍ରବୃତ୍ତି ସାହଜାତ
ପଙ୍କରୁ ପଦ୍ମ ଜାତ
ନିରାକର ନିର୍ବିକାର କେହି ହୁଏତ ଥିବ
ରାମରାଜ୍ୟ ଆସିବାର ସ୍ବପ୍ନ
ଭଙ୍ଗା ଦଦରା ମନ ମୁନ ଚୈତନ୍ୟ
ନିଶ୍ଚୟ ବଦଳିବ
ଧୂଆଁ ଆକାଶ ଛୁଆଁ ପରେ
ମୁର୍ଦ୍ଦାର ବୋଲାଇବା ସାର ହେବ ।।