STORYMIRROR

Sunanda Mohanty

Abstract Drama Fantasy

3  

Sunanda Mohanty

Abstract Drama Fantasy

ଲିଭା ଦୀପ

ଲିଭା ଦୀପ

1 min
199


ଦୀପ ରୁ ସଳିତା ବା ତେଲ

ନିଶ୍ଚୟ ସରିବା ଆଗରୁ ଦପ ଦପ ହେବ

ସେଇଟା ଲିଭିବାର ସୂଚନା ବୋଲି

ପୋଖତ ମଣିଷ କହି ହିଁ ପାରିବ

କିଏ ଭାବୁଥିବ ଯାଉ ଲିଭୁ

ପୁଣି ସ୍ମୃତି ଫରୁଆରେ ମୋତି ମାଣିକ

କାଇଁଚ କଉଡ଼ି ଖେଳ ଦୃଶ୍ୟ

ଶଙ୍ଖ ଚକ୍ର ଗଦା ପଦ୍ମ ଅଦୃଶ୍ୟ

ସବୁ ଖେଳ ବି ଶେଷ

ନାଟକରେ ଯବନିକା

ହୁତ ହୁତ ନିଆଁ ଧୂଆଁ କୁହେଳିକା

ଓଁ ଶାନ୍ତି ପ୍ରହେଳିକା

ତଳ ବରଡ଼ା ଖସିଗଲା

ଉପର ବରଡ଼ା ହସିଦେଲା

ମଝି ବରଡ଼ା ଥାଇ କହେ

 ମୋ ବେଳ କାଳ ଆସିଗଲା

ପ୍ରଥା ଵିଧି ଅନ୍ତେଷ୍ଟି ମଧ୍ୟରେ ଭାବ ଓ ଦିରୁକ୍ତି

ଆବଶ୍ୟମ୍ଭାଵୀ ମନେହେବ

କିଏ କହିବ ଆସନ୍ତା କାଲି

କିଏ କହିବ ଏଇନେ ବୋଲି

ଯାହା ଭାଗ୍ୟ ବିଧାତା କପାଳ ଲିଖନ

କେବେ ହେବ ନାହିଁ ଆନ

ବୟସ୍କ ପରିପକ୍ଵ କ୍ଳେଶ ଅଭାବ

ପରପିଢ଼ି ସବୁ ବୁଝିଯିବ

କର୍ମ ତୋହର ନିଜ ଗୁରୁ

ଉଦ୍ଧବ କେତେ ମାତ୍ରକ ପଚାରୁ ଭାବୁଥିବ

ତୁ ମୁଁ ସେ ସେମାନେ ଆମ୍ଭର 

ରାଗ ରୋଷ ଅହଂକାର ରକ୍ତଗତ

ପ୍ରବୃତ୍ତି ସାହଜାତ

ପଙ୍କରୁ ପଦ୍ମ ଜାତ

ନିରାକର ନିର୍ବିକାର କେହି ହୁଏତ ଥିବ

ରାମରାଜ୍ୟ ଆସିବାର ସ୍ବପ୍ନ

ଭଙ୍ଗା ଦଦରା ମନ ମୁନ ଚୈତନ୍ୟ

ନିଶ୍ଚୟ ବଦଳିବ

ଧୂଆଁ ଆକାଶ ଛୁଆଁ ପରେ

ମୁର୍ଦ୍ଦାର ବୋଲାଇବା ସାର ହେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract