Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Drama Romance

3  

Debabrata Mishra

Abstract Drama Romance

ଅନୁଭବର ଭାବ

ଅନୁଭବର ଭାବ

1 min
195



ସାଗରର ବକ୍ଷ ମଧ୍ଯେ ଜାତହୁଏ

ମଧୁରତା ଅଂଶୁପାର

କାକର କଣ୍ଠରୁ ଶୁଭଇ କୁହୁତାନ

ଭାବ ଏ ଅନୁଭବର।


ମିଠାଲାଗେ ସବୁ ଶବ୍ଦ ଦିଶେନାହିଁ

ରଙ୍ଗ କୋଇଲିର

ସୂର୍ଯ୍ୟ ଉତ୍ତାପେ ମଧ୍ଯ ଶୀତଳତା

ଭାବ ଏ ଅନୁଭବର।


ନିର୍ଜନ ହୃଦୟ ପଥରେ କେତେ

ଭାବନା କୋଳାହଳର

ନିର୍ମୋହି ମନଟା ମୋହ ଖୋଜେ

ଭାବ ଏ ଅନୁଭବର।


ଅଲୋଡ଼ା ତନୁ ପରଶ, ଆତ୍ମା

ଛୁଇଁ ଯାଉଥାଏ ପ୍ରତିଥର

ଈଶ୍ବର ବାସେ ଏ ବାସିସମ ଜୀବନ

ଭାବ ଏ ଅନୁଭବର।


ସେ ନୟନେ ଦେଖେ ମୁଁ ବାସ୍ତବତାର

ସପନ ସୁନ୍ଦରତାର

ପ୍ରାପ୍ତି ତୁଚ୍ଛ, ଅପ୍ରାପ୍ତିରେ ମହା ଆନନ୍ଦ

ଭାବ ଏ ଅନୁଭବର।


ବଦଳେ ଋତୁ ସ୍ୱର୍ଗୀୟତା ଭାବପଣେ,

ଆତ୍ମୀୟତା ସମ୍ପର୍କର

ସ୍ୱାର୍ଥଠୁ ବହୁ ଉର୍ଦ୍ଧ୍ବେ, ଅନାବିଳ ଅର୍ଚ୍ଚନା

ଭାବ ଏ ଅନୁଭବର। 




Rate this content
Log in

Similar oriya poem from Abstract