STORYMIRROR

Debjani Sathua

Drama Classics Inspirational

3  

Debjani Sathua

Drama Classics Inspirational

ଚଇତି ଆଗମେ

ଚଇତି ଆଗମେ

1 min
258

ଏମିତି ଯାଇଛି ଫଗୁଣ-ଝର ତନ-ମନ ପବନ ରଙ୍ଗେଇ ,

ସ୍ୱାଦ ଝୁମାଝୁମା ମଜଲିସର ଏ ମନୁ ହୁଏନା ଭୁଲେଇ।


ସେ ସୁଶୀତଳ ଦଧିର ଘୋଳ, ମିଷ୍ଠାନ୍ନ ଭୋଜର ଗୋଳ,

ଥଟାମଜ୍ଜା ହାସ୍ୟ କଲ୍ଲୋଳ ,ତା ସାଙ୍ଗେ ଅବିର ଖେଳ।


ପୂର୍ଣ୍ଣାଙ୍ଗେ ଭରି ଦେଇଛି ଫଗୁଣ ଯେ ଆତ୍ମିକ ମନୋବଳ ,

ଥିଲା ଯା ଜୀବନେ ଦୁଃଭାବନା ବିସୃତ ହୋଇଛି ସକଳ।


ବିମାନେ ବିରାଜି ଭ୍ରମଣେ ରାଧାମାଧବ, ପାର୍ବଣ୍ୟ ଦୋଳ ,

ଆମ୍ବକଷି ଭୋଗେ ଝୁଲିଲା ନାଟୁଆ, ଝରି ଯାଇଛି ବଉଳ ।


ଶୁଭ୍ର ପୁଷ୍ପରାଜି ହର୍ଷେ ଶୋଭନ,କୋମଳ ସବୁଜ ଦ୍ରୁମ ଡାଳେ, 

ଫଗୁଣ ସୁରଭି ତଥାପି ରଖିଛି ନଭ,ଖଣ୍ଡିତ ଧବଳ ଘନମାଳେ।


ନବପଲ୍ଲବ ବାସ ନେଇ ଆସିଛି ଚଇତ, ବାହି ଚଇତାଳି ।

ହେନା,ସେଫାଳି ବିଚ୍ଛୁରେ କାନନେ,ସୁଗନ୍ଧ ଭଳିକି ଭଳି।


ମହକେଇ ଫୁଲର ବାସ ଦୋହଲେ କମଳା,ପଣସ କଷି,

ପୂଜ୍ୟନ୍ତି ମଙ୍ଗଳା ମାଁ' ପତିବ୍ରତା ନାରୀ ବାଟ ଦୁଆରେ ବସି।


ଚଇତି ଆଣିବ ତାତି ସଙ୍ଗେ ଅରୁଣ ମିଶି,ସରସୀ ମନେ ଭିତି,

ମଣ୍ଡୁକ,ମୀନ, କଙ୍କଡା, କଇଁଛ , ରୋଦନ୍ତି ପ୍ରାଣ ବିକଳେ ଅତି ।


ଆମ୍ବକଷିର ଭୀତ ଅବେଳେ କାଳବୈଶାଖୀ କୁଆପଥର ଝଡ,

ଚତୁର ବାଳକେ ଧାମନ୍ତି ତୁରିତେ , ଗୃହସ୍ଥ ମନ ବିକଳ ବଡ।


ବଗୁଲା ବଗୁଲି ମତ୍ସାହାର ମଗନେ ବିଭୋର ତଡାଗ ତଟେ ,

କରନ୍ତି କେଳି ଶୀତାଂଶୁ ସାୟନ୍ତନେ ଶୁଭ୍ର ଜଳଦ ହାଟେ।


ଇନ୍ଦୁ ଆଭା ପରେ ଶର୍ବରୀ ଆଶେ ,ଶୀତଳ ମାରୁତ ପରଶ,  

ବିକଶିତା ସରୋଜ କଳି ଆମୋଦେ ଶୋଷେ ସୁଧାଂଶୁ ରସ।

 












ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Drama