ଝିଅଟିଏ ଖୋଜ ଆଗ
ଝିଅଟିଏ ଖୋଜ ଆଗ
ଝିଅ ନୁହେଁ ଏକ ବସ୍ତୁ, ଝିଅ ନୁହେଁ ଏକ ଜାତି
ଝିଅ ଲକ୍ଷ୍ମୀ, ଝିଅ ଶକ୍ତି ଝିଅ ଅଟେ ପ୍ରୀତି ।
ଜନ୍ମ ହେଲା ବେଳେ ମାଁ ଟିଏ ଦରକାର
ରାକ୍ଷୀ କୁ ଭଉଣୀ ଆଗ ,
ଗପ ଶୁଣିବାକୁ ଜେଜେ ମାଁ ଟିଏ
ଦାବି ପୂରଣ କରିବାକୁ ମାଉସୀମାଉସୀ ଆଗ
ସେଥିପାଇଁ ଝିଅଟିଏ ଖୋଜ ଆଗ .... ।
କ୍ଷୀରି ଖୁଆଇବାକୁ ମାଇଁ ଟିଏ ଦରକାର
ସଂଗେ ଧର୍ମପତ୍ନୀ ଥିବ
ସବୁ ସଂପର୍କ କୁ ଚାହୁଁଛୁ ଯଦି ତୁ
ସେଥିପାଇଁ ଝିଅଟିଏ ଖୋଜ ଆଗ.... ।
ବର ପାଖେ କନ୍ୟା ଦରକାର
ହାତଗଣ୍ଠି ବେଳେ ଷାଳି ଟିଏ ଦରକାର
ବୋହୂ ର ଆଗମନ ବେଳେ
ଦ୍ୱାର ମୁହଁ ରେ ନଣନ୍ଦ ଟିଏ ଦରକାର
ସେଥିପାଇଁ ଝିଅଟିଏ ଖୋଜ ଆଗ.... ।
ଶାଶୁ ଶ୍ୱଶୁର ଙ୍କ ସେବା ଶୃଶୁଷା ସମୟରେ ଦରକାର
ପାଠପଢ଼ା ସମୟରେ ମାଁ ଭଳି ଶିକ୍ଷୟିତ୍ରୀ ଟି ଏ ଦରକାର
ରତ୍ନ ଭଳି ରତ୍ନ ଟିଏ ସିଏ
ସେଥିପାଇଁ ଝିଅଟିଏ ଖୋଜ ଆଗ.... ।
