STORYMIRROR

Akshayakumar Dash

Drama Action Inspirational

3  

Akshayakumar Dash

Drama Action Inspirational

ମଣିଷ

ମଣିଷ

1 min
161


ସମସ୍ତଙ୍କୁ ପରି ବୁଜୁଳା ବୋହି 

ମରିବା ସହିଟ ବାଜି ଲଗେଇ 

ଯେତେ ବାଧା ବିପତ୍ତି ଆସିଲେବି 

ସାମ୍ନା କରୁଛି, ମରି ପଡ଼ି ଉଠୁଛି 

ସମୟର ଆଦେଶକୁ 

ଅପେକ୍ଷା କରିଛି।

ଯେତେ ରଙ୍ଗ ମାଖିଲେବି

ଯେତେ ନାଚି ଥକି ଗଳେବି 

ଅଭିନୟ ସରିନାହିଁ 

କରତାଳି ନାହିଁ ,

ଆଖିଏ ସ୍ବପ୍ନ ନେଇ

ନିଦ୍ରାର ତାଣ୍ଡବ ନୃତ୍ୟରେ 

ଛାତିରେ ପଥର ରଖି

ବୋକା ମଣିଷର ଜୀବନ।

ବସନ୍ତ ଯେତିକି ସୁନ୍ଦର 

ସେତିକି ବୈଶାଖୀ ଝାଞ୍ଜି

ବୟସର ଅପରାହ୍ନରେ

ପଥର ଭାଙ୍ଗୁଛି, ପାହାଡ଼ ଚଢ଼ୁଛି,

ତଥାପି ଇନ୍ଦ୍ରିୟ ବାସନା ଘେରିରେ

ଜାଳ ବିଛେଇ ଦେଇଛି।

ହଜାରେ ବାଟରେ ମନ

କେଉଁଟା ସ୍ଵର୍ଗଦ୍ଵାରା ଯିବା ରାସ୍ତା

ଅନନ୍ତ ଆକାଶ ତଳେ

ଧରିତ୍ରୀ ଆଞ୍ଚଳର ମମତା

କେବେ ମାୟା ଛାଡ଼ୁନାହିଁ,

ବାୟା ଚଡେଇର ବସା 

ବାରମିଶା ଝାଟିକାଠିର

ଗୁଡେଇ ତୁଡେଇ ମନ

ଘର ଧରୁନି ।

ଯେମିତି ଗଲା ଚୋରା ଚୈତାଳି

ପେଚା ବୋବେଇଲାଣି

କୁକୁର ମୁଁହ ଟେକିକାନ୍ଦେ 

ହରି ନାମ ସତ୍ୟ

ଖଇ କୋଉଡ଼ି 

ସବୁ ଅଶୁଭ ଶକୁନ

ଡର ଯେତିକି

ସେତିକି ନିସଂଗ ନୀରବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Drama