Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Drama Romance Classics

3  

LALIT MOHAN DASH

Drama Romance Classics

ଫଗୁଣ ଆସିଛି

ଫଗୁଣ ଆସିଛି

1 min
139


ଫଗୁଣ ଆସିଛି

ମଳୟ ର ହାତେ ହାତ ଛନ୍ଦି

ପଳାଶ ର ଲାଲ ପାଟ ପିନ୍ଧି l


ଫଗୁଣ ଆସିଛି

ଗିଲେରୀ ଫୁଲ ର ହସ ରେ

ବଧୂଲି ର ଲାଲି ଓଠ ରେ

କୋଇଲି ର କୁହୁ ତାନ ରେ

ଆମ୍ବ ବଉଳ ର ଫିଟି ପଡ଼ୁଥିବା

ମନ ମତାଣିଆ ବାସ୍ନା ରେ l


ଫଗୁଣ ଆସିଛି

ପ୍ରେମ ସୁଧା ପାନ କରି

ମତୁଆଲା ଠାଣି ରେ ତା

ପ୍ରେମ ର ଅବିର ବିଞ୍ଚି ବିଞ୍ଚି

ନୁଆ ନୁଆ ନିଶ ଗଜରୁ ଥିବା

କିଶୋର ଙ୍କ ମନ ରେ

ରଙ୍ଗ କୁ ଲଗାଇ l


ହେ ଫଗୁଣ ତୁମ ଆଗମନେ

ହସି ଉଠୁ ଏ ସୁନ୍ଦର ଧରା

ରସମୟ ରଙ୍ଗମୟ 

ଭଲ ପାଇବାର ଫଲଗୁ ରେ

ପୁଲକିତ ହେଉ

ହଟି ଯାଉ ପୃଥିବୀ ରୁ

ଯୁଦ୍ଧ ବିଭୀଷିକା l



Rate this content
Log in

Similar oriya poem from Drama