STORYMIRROR

Prahallad Sahoo

Drama Classics Inspirational

3  

Prahallad Sahoo

Drama Classics Inspirational

ନାଆ ଓ ନାଉରିଆ

ନାଆ ଓ ନାଉରିଆ

1 min
191

ପୂର୍ଣ୍ଣଗର୍ଭ ନଦୀ ତୀରେ ନାଆ ଦେଇଛି ମେଲି

ନାଉରିଆ ଭାଇ ନାଆ ବାହୁଅଛି ମନ ଖୋଲି

ସୂର୍ଯ୍ୟ ଦେବତାଙ୍କ ସୁନେଲୀ କିରଣ ଯାଇଛି ଖେଳି

ପ୍ରାକୃତିକ ଶୋଭାରାଶି ରେ ମନ ଯାଏ ଦୋହଲି

ଏ ମନ ଭାବୁଥାଇ କିଛି କାଳେ ପ୍ରାପତ ହେବ ବୋଲି

ପେଟ ଟିକକ ପାଇଁ କିଏ କେତେ ଧନ୍ଦା ଧରିଛି ଖୋଲି

ସେଦିନ ଭାବନାରେ ଅଧିର ହୋଇ ସୁଜ୍ଞାନୀ କୈବର୍ତ୍ତ 

ଶ୍ରୀରାମଙ୍କ ପାଦ ପୂଜିବାକୁ ମନେ କରିଥିଲା ଆଶ

ପ୍ରଭୁଙ୍କ ନାମ ଗାଇ ଗାଇ ମଙ୍ଗ ଧରିଥିଲା ଭିଡି

ନଦୀ ତଟେ ଉଭା ପ୍ରଭୁ ଡାକିଲେ ତା' ନାମ ଧରି

ଆନମନା କୈବର୍ତ୍ତ ବେଗେ ଆସିଲା ପ୍ରଭୁଙ୍କ ପାଶେ

ପ୍ରଣମିଲା ପ୍ରଭୁ ପାଦେ ଭକ୍ତି ଭାବପୂର୍ଣ୍ଣ ସୁ ହାସେ 

ପ୍ରଭୁଙ୍କ ମନକଥା ଜାଣି ସ୍ବାଗତିଲା ନାଆକୁ ପୁଣି

ପଦ ଧୌତ କରିବାକୁ ମନକଥା ଦେଲା ବଖାଣି 

ଅନ୍ତର୍ଯ୍ଯାମି ପୁରୁଷ ଶୁଣନ୍ତି ଭକ୍ତ ମନ କଥା 

କର୍ମଫଳେ ପୂର୍ଣ୍ଣ କରନ୍ତି ଭକ୍ତର ମନୋବାଞ୍ଛା 

ସୁଜ୍ଞାନୀ କୈବର୍ତ୍ତ ନିଜ ହସ୍ତେ ପଖାଳି ପ୍ରଭୁ ପାଦ

ନୌକାର ମଙ୍ଗ ଭିଡନ୍ତି ଜିଜ୍ଞାସି ପ୍ରଭୁଙ୍କ ଆବେଗ

ଆଶିର୍ବାଦ ଛଳେ ପ୍ରଭୁ ଯଶସ୍ୱୀ ଭବ କହିଗଲେ

ନାଆରୁ ଉତ୍ତରନ୍ତି ପ୍ରଭୁ ନାଆ ସ୍ବର୍ଣ ହୋଇଗଲେ

ସବୁ ସେହି ପରମ କରତା ପ୍ରଭୁଙ୍କର ଲୀଳା ଖେଳା 

ଜଣେ ଦେଖୁଅଛି ଜଣେ କର୍ମରେ ହୋଇଛି ଭୋଳା ।



Rate this content
Log in

Similar oriya poem from Drama