Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Drama Classics

4.0  

Prahallad Sahoo

Abstract Drama Classics

ଆଗନ୍ତୁକ

ଆଗନ୍ତୁକ

1 min
116


ସେ ମାତୃତ୍ୱର ଜଠର ମୁକ୍ତ ଉଚ୍ଛ୍ବାସଟିଏ

ସେ ଭାବର ଉଚ୍ଚକିତ ଭାବାନ୍ତରଟିଏ ।

ସେ ମର୍ମନ୍ତୁଦ ବେଦନାର ଗୁଢତତ୍ତ୍ବ ଟିଏ

ଜୀବ ଓ ପରମର ଅଦ୍ଭୁତ ସଂଯୋଗ ସେ ।

ସେ ବିହି ଲିଖିତ ପ୍ରାରବ୍ଧ ପ୍ରାପ୍ତି ପତ୍ରଟିଏ 

ସେ ସୁଖ ଶାନ୍ତିର ପ୍ରାରମ୍ଭିକ ପ୍ରବେଶଟିଏ ।

ସେ ଚମ୍ପା ଚାମେଲିର ବାସ୍ନାରେ ବାସ୍ନାୟିତ

ସେ ମାୟା କପଟତା ହୀନ କଅଁଳ ପରଶ ।

ଆହ୍ଲାଦିତ ତନୁ ମନ ତା' ଖୁସିରେ ଉଲ୍ଲସିତ

ଏ ଅବସନ୍ନ ପ୍ରାଣ ତା' ଆନନ୍ଦେ ବିଭୋରିତ ।

ଆଜି ଆସିଛି ଖୁସିର ରଙ୍ଗ ଭରା ବସନ୍ତ

ବାତାୟନ ପଥେ ମୃଦୁ ମଳୟ ପ୍ରବେଶ ।

ଫଗୁଣ ଆସିଛି ନେଇ ଫଗୁ ରଙ୍ଗର ଆଭାସ

ଘର ଅଗଣାରେ ପ୍ରକମ୍ପିତ ଅମୃତମୟ ହସ ।

ଆଜି ଦାଣ୍ଡ ଦୁଆରେ ସାହି ଭାଇଙ୍କ ଆସର

ବ୍ରାହ୍ମଣ ଜ୍ଯୋତିଷ କାର୍ଯ୍ଯରତ ମନ୍ତ୍ର ପାଠର ।

ବାଟଘାଟ ଥାଟପାଟ ଆତ୍ମୀୟଙ୍କ ବିଶ୍ବାସ

ଆଶିର୍ବାଦେ ପୁଷ୍ପ ବୃଷ୍ଟି ଆନନ୍ଦ ପରିବେଶ ।



Rate this content
Log in

Similar oriya poem from Abstract