STORYMIRROR

SUKANTA KHANDA

Drama

3  

SUKANTA KHANDA

Drama

ଆମେ ନିତିଦିନ

ଆମେ ନିତିଦିନ

1 min
134


ଆମେ ତ ଅଧର୍ମୀ ନିତିଦିନ କିନ୍ତୁ

   କହୁଛୁ ଧର୍ମ କରୁଛୁ

ଆମେ ହିଁ ତ ପାପୀ ବାରବାର କିନ୍ତୁ

   କହୁଛୁ ପୁଣ୍ଯ କରୁଛୁ।୧


କୃପଣ ହୋଇବି କହିଥାଉଁ ସଦା

   ଆମେ ମହାଦାନୀ ମର୍ତ୍ତ୍ଯେ

ମହାମୁର୍ଖ ହୋଇ କହିଥାଉଁ ମଧ୍ଯ

   ମହାଜ୍ଞାନୀ ପରହିତେ।୨


ଅସତୀ ହୋଇବି ସଦା କହୁଅଛୁ

   ଆମେ ଜଗତରେ ସତୀ

କଳିହୁଡି଼ ହୋଇ ପ୍ରଚାର କରୁଛୁ

   ଆମେରେ ହିଁ ମୌନାବତୀ।୩


ଲାଞ୍ଚୁଆ ମିଛୁଆ ଭରପୂର ଆମେ

   ତଥାପି କହୁ ସଚ୍ଚୋଟ

ପରନିନ୍ଦା ପରଚର୍ଚ୍ଚା କଲେ ମଧ୍ଯ

   କରୁକି କେବେ କପଟ?୪


ହତ୍ଯା ଲୁଣ୍ଠନ ଓ ଦୁଷ୍କର୍ମ ସହିତ

   ଦୁର୍ଦ୍ଦାନ୍ତ ହୋଇ ବି କହୁ

ଭାରି ସରଳ ଓ ନିଷ୍କପଟ୍ଟ ଆମେ

   ପରଦୁଃଖେ ଦୁଃଖୀଥାଉଁ।୫


ଅଳସୁଆ ହୋଇ ସମୟ ବିତେଇ

   କହୁଛୁ ସମୟ କାହିଁ

ମହାଧନୀ ହୋଇ ତୁଣ୍ଡରେ ପ୍ରଚାର

   ଆମ ହାତେ ଧନ ନାହିଁ।୬


ଅଭଦ୍ର ହୋଇବି ସମାଜ ଆଗରେ

   ମହାଭଦ୍ର ମୁଖାପିନ୍ଧି

ସମାଜ ସେବକ ବୋଲାଉଁ ନୁହେଁକି

   ବୁଲିବୁଲି ଗଳିକନ୍ଧି।୭


ମୁଖାପିନ୍ଧି କେହି ଜଗତ କଲ୍ଯାଣ

   କରିକି ଥାଏରେ କୁହ

ତଥାପି ସମାଜେ ମୁହଁଟାଣ କରୁ

   ସରମେ ନ ବହେ ଲୁହ।୮


ବଡ଼ ଅଲାଜୁକ ଏ ଧରା ଧାମରେ

   କିଏ ବା ଚିହ୍ନେ କାହାକୁ

ସଭିଏଁ ତ ଏଠି ସମାନ କର୍ମରେ

   କେ'ଦୋଷ ଦେବ ପରକୁ।୯


ଧନ୍ଯ ଏ ଜଗତ ଧନ୍ଯ ଆମ ଜନ୍ମ

   ଧନ୍ଯ ଧର୍ମକର୍ମ ସବୁ

ଈଶ୍ବର ନିର୍ଦ୍ଦେଶ ପାଇ ନିତିଦିନ

   କରିବାକୁ ଏଠି କାବୁ।୧୦

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama