STORYMIRROR

Papu parida

Drama Classics Others

3  

Papu parida

Drama Classics Others

ମାଙ୍କଡ଼ ନାଚୁଛି ଥେଇକି ଥେଇ

ମାଙ୍କଡ଼ ନାଚୁଛି ଥେଇକି ଥେଇ

1 min
290

ହନୁମନ୍ତ ଆଜି       ନାଚୁଛି ଦେଖରେ

     ଥେଇକି ଥେଇକି ଥେଇ

ସଭିଏଁ କହନ୍ତି        ତା ନାଚ ସୁନ୍ଦର

   କିନ୍ତୁ ବାଜା ତାଳେ ସେ ଯେ ବାଇ।


ନାଚି ନାଚି ସେ ଯେ     ଝାଳେ ଜୁଡୁବୁଡୁ

      ହାଲିଆ ହୋଇକି ବସେ

ଧୀରସ୍ଥିରେ ବସି    ଢୋଲିଆ ଟୋକା ଯେ

    ସବୁ ପଇସା ଗୋଟେଇ ହସେ।


ମିଳେ ନାହିଁ କିଛି       ସୁନା ମାଙ୍କଡ଼କୁ

      ନାଚେ ସିନା ଦିନସାରା

ଢୋଲିଆ ଆମର      ସେ ଭାରି ଚତୁର

   ପଛେ ରହି ଖେଳ ଖେଳେ ପୁରା।


ମାଙ୍କଡ଼ ହୋଇକି      ଅନ୍ୟ ଇସାରାରେ

      କାହିଁ ନାଚୁ ମୁର୍ଖ ପରି

ମନକୁ ପଚାରି         ମନ କଥା ଶୁଣି

    ସାଜ ନିଜ ନାଆର ନାଉରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama