STORYMIRROR

Ajit Kumar Raut

Abstract Drama Inspirational

3  

Ajit Kumar Raut

Abstract Drama Inspirational

ମନୁଷ୍ୟ ଜୀବନ

ମନୁଷ୍ୟ ଜୀବନ

1 min
191


ଦୁର୍ଲ୍ଲଭ ଏ ପ୍ରାଣ କ୍ଷଣିକ ଜୀବନ


ସୂକର୍ମର ପାଇଁ ଜୀବ ଆଗମନ।


ପୂର୍ବ କର୍ମ ଫଳେ ମନୁଷ୍ୟ ଜୀବନ


ପ୍ରଭୁଙ୍କ ରଚନା ସୁକର୍ମର ଦାନ।୧।


ସତ୍ୟପଥେ ରହୁ ଜୀବନ କାମନା


କର୍ମପଥେ ରହୁ ନିସ୍ବାର୍ଥ ଭାବନା।


ସେବା ପଥେ ରହୁ ଦେଶର ରଚନା


ଜ୍ଞାନ ପଥେ ରହୁ ଭାଷାର କାମନା।୨।


ମାତୃଭୂମି ପାଇଁ ଉନ୍ନତି କାମନା


ଦେଶ ପାଇଁ ରହୁ ସୁରକ୍ଷା ଭାବନା


ଜନ ପାଇଁ ରହୁ ସେବାର ଭାବନା


ପ୍ରଭୁ ପାଇଁ ରହୁ ନିତ୍ୟେ ପୂଜାର୍ଚ୍ଚନା।୩।


ଅତିଥି ସତ୍କାର ମନେ ଗୁଞ୍ଜୁ ଥାଉ


ଦେଶ ସୁରକ୍ଷାର ମନ୍ତ୍ର ଜାଗୁ ଥାଉ।


ମାତୃଭାଷା ପାଇଁ ଆଦର ଟି ଥାଉ


ଦେଶ ହିତେ ପ୍ରାଣ ତତ୍ପର ଟି ଥାଉ।୪।


ହସି ଉଠୁ ଆମ ଧାର୍ମିକ ଦେଶଟି


ଗୁଞ୍ଜି ଯାଉ ବିଶ୍ବେ ଦେଶର ନାମଟି।


ଶିଶ୍ବଗୁରୁ ସ୍ବପ୍ନ ସାକାର ହେଉଟି


ରାମରାଜ୍ୟ ସ୍ବପ୍ନ ପୂର୍ଣ୍ୟ ହିଁ ହେଉଟି।୫।


ଦୁର୍ଲ୍ଲଭ ଏ ପ୍ରାଣ କ୍ଷଣିକ ଜୀବନ


ସୁକର୍ମର ପାଇଁ ଜୀବ ଆଗମନ।


ପୂର୍ବ କର୍ମଫଳେ ମନୁଷ୍ୟ ଜୀବନ


ପ୍ରଭୁଙ୍କ ରଚନା ସୁକର୍ମର ଦାନ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract