STORYMIRROR

Amit Bal

Drama Romance Action

3  

Amit Bal

Drama Romance Action

ହଁ ମୁଁ ପ୍ରେମରେ

ହଁ ମୁଁ ପ୍ରେମରେ

1 min
258

ମୁଁ ଭଲପାଏ ବୋଲି କେବେ ତାକୁ କହିନି ଥରେ

ତଥାପି ଦଂଶିତ ହୁଏ ମୁଁ ନୀତି ଶ୍ରାବଣୀ ସନ୍ଧ୍ୟାରେ

ବାରମ୍ବାର କେଜାଣି କେଉଁ ଆଶା ଆକାଂକ୍ଷାରେ ,


ତାକୁ ନେଇ କେତେ ହୁଏ ଟଣାଓଟରା

ଭାବର ବିସ୍ଫୋରଣେ କ୍ଷତାକ୍ତ ହୃଦୟ ସାରା

ତଥାପି ସିଏ କୋଉ ଦିଏଯେ ଧରା ,


ମୁଁ ଏକା ମୋ ଚେତନାର ଚିତ୍ର ପଟରେ

ଚା' ଆଉ ସିଗାରେଟ୍ ର ଧୂଆଁ ଭିତରେ

ନିଷିଦ୍ଧ ଉପତ୍ୟକାର ନିସ୍ତବ୍ଧତା ଧାରେ

ଅଲିଭା ଅନୁଭୂତିର ଅନ୍ଧାର ସାଥିରେ ,


ସେ ହସୁଥାଏ ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ

ତତଲା ମାଟିରେ, ପ୍ରଥମ ବୁନ୍ଦାଏ ବର୍ଷାରେ

ହଁ ସେଇ ପ୍ରଣୟର ମହକିତ ବାସ୍ନା ରେ

ଧିରେ ଧିରେ ମଖମଲି ମାୟାବିନୀ ନିଶିରେ

କେବେ ପୁଣି ଅପାଶୋରା ପାହାନ୍ତା ପହରେ

ମୋ ଭାବନାଠୁ ଦୂରେ ଆଉ କା ସାଥିରେ ...... ।



Rate this content
Log in

Similar oriya poem from Drama