STORYMIRROR

Er Subhransu Kumar Behera

Drama Tragedy Fantasy

3  

Er Subhransu Kumar Behera

Drama Tragedy Fantasy

ମୋର ଚୁପ୍

ମୋର ଚୁପ୍

1 min
180

ଚୁପ୍ ହୋଇ ରହିଯିବା

ଚୁପ୍ ହୋଇ ଶୁଣିଯିବା

ଚୁପ୍ ହୋଇ ସାରା ରାତି

ମୁଣ୍ଡ ତଳ ତକିଆ ଆଶ୍ରାରେ

ମୁହଁଟାକୁ ମାଡ଼ିଦେବା ...

ସତେ କ'ଣ ଚୁପ୍ ହୋଇ ରହିଯିବା !


ଚୁପ୍ ହୋଇ ରହିଥିଲି

ଚୁପ୍ ହୋଇ ଶୁଣୁଥିଲି

ଚୁପ୍ ହୋଇ ସାରା ରାତି

ତୁମେ କହିଥିବା ପ୍ରତିଟି ଶବ୍ଦର

ଅର୍ଥକୁ ସାଉଁଳୁଥିଲି ...

ଆଉ ଚୁପ୍ ହୋଇ ଯାଇଥିଲି ।


ଚୁପ୍ ହୋଇ ଗଲାପରେ

ଚୁପ୍ ରହି ଯାଇଥିଲା

ହୃଦୟଟା ଥିଲା ଯେହୁଁ

ତୁମ ଆୟତ୍ତରେ

ଯେମିତି କି ମାଟି ତଳେ

ଚୁପ୍ ଥିବା କବର କଙ୍କାଳଟେ ...

ଚୁପ୍ ହୋଇ ଗଲା ପରେ ।


ଚୁପ୍ ହୋଇ ଯାଆନ୍ତି ନା

ଚୁପ୍ ହୋଇ ଶୁଣନ୍ତି ନା

ସବୁ ସମର୍ପିତ ହେଲା ପରେ

କର୍ତ୍ତବ୍ୟର ଦ୍ୱାହି ଦେଇ

ମୋର ବୋଲି କରି ଅଣଦେଖା

ସବୁ ଚୁପ୍ ହୋଇ ରହନ୍ତି ନା !


ଯେମିତି କି ମୋ ନବଶ୍ଚୁମ୍ଭୀ ସ୍ଵପ୍ନର

ଦୃଶ୍ୟମାନେ ପୁରାପୁରି ଚୁପ୍ ।


 


Rate this content
Log in

Similar oriya poem from Drama