STORYMIRROR

Shanti Mishra

Drama

3  

Shanti Mishra

Drama

ଦେଖି ହସୁଛ କି ତୁମେ !

ଦେଖି ହସୁଛ କି ତୁମେ !

1 min
212



ଏ ସଂସାରେ ମୋର ବଞ୍ଚି ରହିବାର ପ୍ରବଳ କାମନା,

ମୋର ମୋର କହି ସବୁକୁ ଜାବୁଡି ଧରିବା,

ଯାହା ପାଉଛି ଘରେ ଆଣି ଭର୍ତ୍ତି କରିଦବା,

ସତ କୁହ, ମତେ ଦେଖି ହସୁଛ କି ତୁମେ !


ସବୁକୁ ଭୋଗ ଭାଗ୍ୟ କରିବାର ମୋ ଏ ଅପଚେଷ୍ଟା,

କାମନା ଲାଳସାକୁ ପାଳି ପୋଷି ବଢେଇ ଚାଲିବା,

କାହାରି ପାଇଁ ସମୟ ଦେବାକୁ ଅପଚୟ ଭାବିନେବା,

ସତ କୁହ, ମତେ ଦେଖି ହସୁଛ କି ତୁମେ !


ସ୍ଵାର୍ଥ ମୋ ସାରଥୀର ଭାର ଗ୍ରହଣ କରିବା,

ବିଷୟାସକ୍ତ ରଥକୁ ଚଳାଇ ଏଣେ ତେଣେ ନେବା ,

ସବୁ ତୁଚ୍ଛ ମଣି ଭାବେ ନିଜେ ସର୍ବେ ସର୍ବା,

ସତ କୁହ, ମତେ ଦେଖି ହସୁଛ କି ତୁମେ !


ମନ୍ଦିର ଗଢିଦେବି, ଜଳାଶ୍ରୟ ଖୋଳିଦେବି,

ମହାଭାରତ ରାମାୟଣ ପରି ଗ୍ରନ୍ଥ ଲେଖିଯିବି,

ସ୍ଵର୍ଣ୍ଣାକ୍ଷରେ ନାମ ଲିପିବଦ୍ଧ କରି ଅମର ହୋଇବି,

ସତ କୁହ, ମତେ ଦେଖି ହସୁଛ କି ତୁମେ !


ସତ କୁହ, ଏ ସବୁ ପାଇଁ କେବଳ ମୁ ହିଁ ଦାୟୀ,

ସବୁ ଦୋଷ କଣ ମୋର ସତରେ,

ଏଥିରେ ତୁମର କିଛି ହାତ ନାହିଁ ,

ଅନୁମତି ଦେଲେ, ପଚାରି ପାରେ କି ଥରେ !


ଏଡେ ସୁନ୍ଦର ସୃଷ୍ଟି ଗଢି ସଭିଙ୍କୁ ଆକୃଷ୍ଟ କରିବା,

ତାକୁ ପାଇବା ଲୋଭରେ ଲୋକେ ତାର ପଛେ ଗୋଡାଇବା,

କ୍ଷତାକ୍ତ ହେଲେ ବି ଅଣଦେଖା କରି ଆଗେଇ ଚାଲିବା,

ସବୁ ଦେଖି ହାତେରେ ପରଖି ପୁଣି ସଂଯତ ରହିବା,

ଅନୁମତି ହେଲେ, ପଚାରି ପାରେ କି ଥରେ !


ଏହାକି ସମ୍ଭବ ଦୁନିଆଁରେ ତୁମ ନିସପୃହେ ବଞ୍ଚିବା ,

ମୋର ନକହି ସବୁକୁ ତ୍ୟାଗ କରିଦେବା,

ନିଜର ଭାବି ସଭିଙ୍କୁ ଆପଣେଇ ନେବା,

କୋଉଠି ରହିଗଲା ଭୁଲ୍, ଦର୍ଶାଇ ପାରିବକି ମତେ

ଅନୁମତି ଦେଲେ, ପଚାରି ପାରେ କି ଥରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama