ନୂତନ ବର୍ଷର ଶୁଭେଚ୍ଛା
ନୂତନ ବର୍ଷର ଶୁଭେଚ୍ଛା


ଦୁଇ ହଜାର ତେଇଶି, ଦେଇଗଲା ତୁମ ଆସିବାର ଶୂଭ ବାରତା l
କିପରି ସ୍ଵାଗତ କରିବୁ ମନେ ଏବେଠୁ ଅସ୍ଥିରତା ll
ଗତ ବର୍ଷରେ ଦେଇଥିବା କଥା ଯାହା କରି ପାରିନି ସେ ରକ୍ଷାl
ଏ ବର୍ଷ ପୂରଣ ହୋଇଯିବ ବୋଲି ଦେଇଛି ସେ ଭରଷା ll
ନୂତନ ସ୍ପନ୍ଦନ, ନୂତନ ଉତ୍ସାହ, ନେଇ ହେବୁ ଜାଗ୍ରତ l
ଗତ ବର୍ଷ ପରି ଏ ବର୍ଷ ବି କରୁଅଛୁ ଶପଥ ll
କେତେ ସତ ହେବ କେତେ ନହେବ ସେକଥା ତୁମେ ଜାଣିଛ l
ନିଜ ଶକ୍ତି ଅନୁସାରେ ଆମେ କେବଳ କରିଯିବୁ ପ୍ରୟାସ ll
ଦୁଖୀ, ରୋଗୀ, ଭୋକା କେହି ନରହନ୍ତୁ ତୁମ ରହଣି କାଳରେ l
ଅତନ୍ତ ଏତିକି କାମନା କରି ତ ପାରିବୁ ତୁମ ପାଖରେ ll
ସୁନ୍ଦର ଏ ସଂସାରର ନହେଉ ଅବକ୍ଷୟ, କେବେ ବି ଝଡ ବାତ୍ୟାରେl
ରଖିଚୁ ଯେତିକି ଭରଷା ସେତିକି ଆସ୍ଥା ତୁମ ଉପରେll
ଦୁଇହଜାର ଚବିଶ ଆସ କିଛି ବିସ୍ମୟକର ଉପହାର ନେଇ l
ଆଶ୍ଚଜ୍ୟରେ ବିଶ୍ଵବାସୀ ସ୍ତମ୍ଭୀଭୂତ ହୋଇ ଯାଉ ରହି ll
ଦୀର୍ଘ ବର୍ଷ ଧରି କରୋନା ସହିତ ଯୁଧ୍ୟ କରି କରି ଯାଇଅଛି ସେ ଥକିl
ଆତ୍ମସମର୍ପଣ କରି ନହିଁ ସତ, କିନ୍ତୁ ଲୋଡ଼େ ତୁମ ସାହାଯ୍ୟ ଓ ସହାନୁଭୁତି ll